ଗୋଲକଙ୍କୁ କଣ ପ୍ରଶ୍ନ ପଚାରିଲା ପୋଲିସ ? କି ଉତ୍ତର ଦେଲେ ଗୋଲକ

36

କନକ ବ୍ୟୁରୋ : ଗୋଟିଏ ପଟେ ପୋଲିସର ପ୍ରଶ୍ନବାଣକୁ ସାମ୍ନା କରୁଥାନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଉ ଅନ୍ୟପଟେ ଘନ ଘନ ପ୍ରଶ୍ନ କରୁଥାନ୍ତି ପୋଲିସ ଅଧିକାରୀ । ରାଜନୀତିର ଗୋଲକ ଧନ୍ଦା ଭିତରେ ବିଜେଡି କାଉନସିଲର ଲଷ୍ମୀଦତ ପ୍ରଧାନ ହତ୍ୟା ମାମଲାର ଖିଅ ଖୋଜୁଥାଏ ପୋଲିସ । ଉତରାଖଣ୍ଡ ଗେଷ୍ଟ ହାଉସରେ ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣ ନାୟକଙ୍କୁ ରଖାଇବାରେ କିଏ ସହଯୋଗ କରିଥିଲା? ବୋଲି ପୋଲିସ ଜାଣିବାକୁ ଚାହିଁଥିଲା । ଏତିକିରେ ସରିନଥିଲା ପୋଲିସର ଜେରା । ମାରାଥନ ଜେରାରେ ବିଭିନ୍ନ ଦିଗରୁ ପ୍ରଶ୍ନ କରିଥିଲା ପୋଲିସ ।

.. ୧୬ ସେପ୍ଟେମ୍ବର ସନ୍ଧ୍ୟା ୬ଟାରେ ଅର୍ଥାତ୍ ହତ୍ୟାକାଣ୍ଡ ଘଟିବାର ପ୍ରାୟ ୫ ଘଂଟା ପରେ କାହିଁକି କୃଷ୍ଣଙ୍କୁ ଫୋନ୍ କରିଥିଲେ ଗୋଲକ?
.. ହତ୍ୟାକାଣ୍ଡର ପୂର୍ବଦିନ କୃଷ୍ଣ, ଗୋଲକଙ୍କୁ ଫୋନ୍ କରି କଣ କହିଥିଲା?
.. ହତ୍ୟାକାଣ୍ଡର ପୂର୍ବଦିନ ଗୋଲକ ମଧ୍ୟ କାହିଁକି କୃଷ୍ଣଙ୍କୁ ଫୋନ୍ କରିଥିଲେ?

ମିଳିଥିବା ସୂଚନା ଅନୁସାରେ, ପୋଲିସର ଏସବୁ ପ୍ରଶ୍ନର ଗୋଲକ ଗୋଲ୍ ଗୋଲ୍ ଉତର ଦେଇଥିଲେ । ତେବେ ପୁରା ଆତ୍ମବିଶ୍ୱାସର ସହ ଗୋଲକ କହିଥିଲେ, କୃଷ୍ଣ ତାଙ୍କ ଦଳର ଜିଲ୍ଲା ସମ୍ପାଦକ ଏବଂ ସେ ନିଜେ ଗଂଜାମ ଜିଲ୍ଲା ପ୍ରଭାରୀ ଥିବାରୁ କଥା ହେବାରେ କିଛି ଅସୁବିଧା ନାହିଁ । ଏସବୁ ବାଦ୍ ପୋଲିସ ଉତରାଖଣ୍ଡ ଗେଷ୍ଟ ହାଉସ ପ୍ରସଙ୍ଗରେ ଅଧିକ ଜୋର ଦେଇଥିଲା ।

.. ଉତରାଖଣ୍ଡର ସରକାରୀ ଗେଷ୍ଟ ହାଉସରେ କୃଷ୍ଣ ରୁମ୍ ପାଇଲେ କେମିତି?
.. ରୁମ୍ ପାଇବାରେ ଓଡିଶାର କୌଣସି ନେତା ସହଯୋଗ କରିଥିଲେ କି?
.. ଏବିଷୟରେ କୃଷ୍ଣ ଗୋଲକଙ୍କୁ କିଛି କହିଥିଲା କି?

golakକଲ୍ ଡିଟେଲ୍ ରେକର୍ଡ ଅନୁସାରେ, ହତ୍ୟାକାଣ୍ଡର ୧୩ ଦିନ ପରେ ଅର୍ଥାତ୍ ୩୦ ସେପ୍ଟେମ୍ବରରେ ଏକ ଭିନ୍ନ ନମ୍ବରରୁ ଗୋଲକ ମହାପାତ୍ରଙ୍କ ପାଖକୁ କଲ୍ ଆସିଥିଲା । ଏବଂ ଲଗାତର ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ କଲ୍ ଆସିଥିଲା । ତେଣୁ ଉତରାଖଣ୍ଡ ଗେଷ୍ଟ ହାଉସ କିଭଳି ମିଳିଛି, ତାହା ଗୋଲକ ଜାଣିଥିବେ ବୋଲି ପୋଲିସ ସନ୍ଦେହ କରିଥିଲା ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ପ୍ରଶ୍ନ କରିଥିଲା ପୋଲିସ । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଟି ପ୍ରଶ୍ନ ପଚାରିଥିଲା । ପ୍ରାୟ ୩ ଘଂଟାର ଏହି ପଚରା ଉଚରା ବେଳେ ନିଜେ ଜାଣିଥିବା କଥା ସ୍ପଷ୍ଟ ଭାବେ କହିଥିଲେ ଗୋଲକ ।ପ୍ରଥମ ପର୍ଯ୍ୟାୟ ପଚରାଉଚରା ପରେ ପ୍ରାୟ ୨-୩ ଘଂଟା ବାହାରକୁ ଯିବା ପରେ ପୁଣି ଥାନାକୁ ଆସିଥିଲେ । ତେବେ ଦ୍ୱିତୀୟ ପର୍ଯ୍ୟାୟ ପଚରା ଉଚରା ପ୍ରାୟ ଦୁଇ ଘଂଟା ଚାଲିଥିଲା । ଏବଂ ପୋଲିସ କହିଛି, ତଦନ୍ତରେ ସହଯୋଗ କରିଛନ୍ତି ଗୋଲକ । ତେବେ ପୋଲିସ ଜେରା ପରେ ଏବେ ଆଗକୁ କଣ ହେବ ତାହା ଉପରେ ସମସ୍ତଙ୍କର ନଜର