ପୁଣି ଥରେ ଉପକୂଳ ଓଡିଶାରେ କଲବଲ କରିବ କୁହୁଡି ! ଆସନ୍ତା ୬ ପର୍ଯ୍ୟନ୍ତ କୁହୁଡିରେ ଘୋଡାଇହେବ ଅନେକ ସ୍ଥାନ

69

କନକ ବ୍ୟୁରୋ : ଥଣ୍ଡା ପରେ ବଢ଼ିଲା ତାପମାତ୍ରା। ସାରା ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ଟପିଛି। ରାତି ତାପମାତ୍ରା ବି ବଢ଼ିଛି। ସବୁଠି ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ଉପରେ। ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲକା ଥଣ୍ଡା ଜାରି ରହିବ। ଉପକୂଳ ଓଡ଼ିଶାରେ ଥଣ୍ଡା କମିବ। ହେଲେ ପୁଣିଥରେ କଲବଲ କରିବ କୁହୁଡ଼ି।

ଜଗତ୍ସିଂହପୁର ସମେତ କଟକ, ଖୋର୍ଧା, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢ଼େଙ୍କାନାଳ ଓ ଯାଜପୁର ଜିଲ୍ଲାରେ କୁହୁଡ଼ି ହେବ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ତେଣୁ ସତର୍କତା ଜାରି କରାଯାଇଛି। ଉପକୂଳ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।