ଗିରଫ ହେଲେ ଜଲେବୀବାବା ! ତନ୍ତ୍ର-ମନ୍ତ୍ର ନାମରେ ମହିଳାଙ୍କୁ ରେପ୍ କରି କରୁଥିଲେ ବ୍ଲାକମେଲ୍ । 

102

ହରିୟାଣାର ଫତେହାବାଦ୍  ଜିଲ୍ଲାର ହୋଟାନାରେ ମହିଳାଙ୍କୁ ତନ୍ତ୍ର-ମନ୍ତ୍ର ବାହାନାରେ ରେପ୍ କରି ପୀଡିତାଙ୍କ ଅଶ୍ଲିଳ ଭିଡିଓ କରି ତାଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ଜଣେ ମହନ୍ତଙ୍କୁ ପୋଲିସ୍ ଗିରଫ କରିଛି । ଅମରପୁରୀ ବାବା ନାମକ ଏହି ମହନ୍ତ ପାଖରୁ ପୋଲିସ୍ ୧୨୦ ଟି ଅଶ୍ଲିଳ ଭିଡିଓ ଜବତ କରିଛି । ତେବେ ପୋଲିସର ପଚରାଉଚରା ପରେ ସତ୍ୟ ସାମ୍ମାକୁ ଆସିଥିଲା ଯେ ଯଦି କୌଣସି ମହିଳା ଏହି ଭଣ୍ଡବାବାଙ୍କ ପାଖକୁ ନିଜ ସମସ୍ୟା ନେଇ ଆସୁଥିଲେ ଉକ୍ତ ବାବା ସେମାନଙ୍କୁ ରେପ୍ କରି ଅଶ୍ଳିଳ ଭିଡିଓ କରି ବ୍ଲାକମେଲ୍ କରୁଥିଲେ ଏବଂ ଧମକ ଦେଇ ଟଙ୍କା ମାଗୁଥିଲେ ।

ପୋଲିସ୍ କହିବାନୁସାରେ,ଚଢାଉ ବେଳେ ଜଲେବୀବାବାଙ୍କ ଆଶ୍ରମରୁ ନିଶା ଔଷଧ,ଚେରମୂଳି,ବିଭୂତି ଏବଂ ପ୍ରସାଦର ପ୍ୟାକେଟ୍ ଏବଂ କିଛି ଲୁହା ଝଡ ମିଳିଥିଲା । ତେବେ ଏହି ଭଣ୍ଡବାବାଙ୍କ ନାଁରେ ଆଇପିସି ଧାରା ୩୭୬,୨୯୨,୫୦୬ ଏବଂ ଆଇଟି ଆକ୍ଟ ଅନୁସାରେ ମାମଲା କରାଯାଇଛି । ତେବେ ପୀଡିତା ମହିଳାମାନଙ୍କୁ ସାମ୍ମାକୁ ଆସି ପୋଲସକୁ ସତ କହିବାକୁ କୁହାଯାଇଛି । ଏହି ମହିଳାମାନଙ୍କ ନାଁକୁ ଗୁପ୍ତ ରଖାଯିବାକୁ ମଧ୍ୟ କୁହାଯାଇଛି । ତେବେ ଅଭିଯୁକ୍ତ ବାବା ପ୍ରଥମେ ଜଲେବୀ ଏବଂ ପକୋଡି ଦୋକାନ କରିଥିବାରୁ ଭକ୍ତ ଶ୍ରଦ୍ଧାରେ ଜଲେବୀ ବାବା କହି ତାକୁ ସମ୍ବୋଧିତ କରୁଥିଲେ ।