ଭୋକ କଷ୍ଟରେ ଛେଳି ଚୋବେଇ ଦେଲା ୬୬ ହଜାର ଟଙ୍କା ! ଟଙ୍କାଖିଆ ଛେଳିକୁ ଦେଖିବାକୁ ଲୋକଙ୍କର ଭିଡ଼

44

ପେଟ ପାଇଁ ସବୁ ନାଟ । ଖାଲି ମଣିଷକୁ ନୁହେଁ ପଶୁପକ୍ଷୀମାନଙ୍କୁ ମଧ୍ୟ ଭୋକ ଲାଗିଥାଏ । ଆଉ ଭୋକ ପାଇଁ ସେମାନେ ଯେକୈାଣସି ପରିସ୍ଥିତି ସୃଷ୍ଟି କରିଥାନ୍ତି । କନୈାଜ ଜିଲ୍ଲାର ଏକ ଗ୍ରାମର ଛେଳିଟିଏ ଭୋକ ପାଇଁ ମାଲିକଙ୍କର ବଡ଼ କ୍ଷତି କରିଛି । ସେ ମାଲିକଙ୍କ ପ୍ୟାଣ୍ଟରେ ଥିବା ୬୬ ହଜାର ଟଙ୍କାକୁ ଚୋବାଇ ଦେଇଥିଲା ।

ଗ୍ରାମର କୃଷକ ସର୍ବେଶ କୁମାର ଘର ତିଆରି ପାଇଁ ଇଟା କିଣିବାକୁ ନିଜ ପ୍ୟାଣ୍ଟ ପକେଟରେ ୩୩ଟି ୨ହଜାର ଟଙ୍କିଆ ନୋଟ୍ ରଖିଥିଲେ । ହେଲେ ଭୋକ କଷ୍ଟରେ ଛେଳିଟି ତାଙ୍କ ପ୍ୟାଣ୍ଟ ସହ ଟଙ୍କା ଚୋବାଇବା ଆରମ୍ଭ କରିଦେଇଥିଲା । ହଠାତ୍ ସର୍ବେଶଙ୍କ ନଜର ଛେଳି ଉପରେ ପଡିଥିଲା । ସେ ତୁରନ୍ତ ଛେଳିକୁ ରୋକିଥିଲେ । ତେବେ ସେତିକି ବେଳକୁ ୩୧ଟି ୨ହଜାର ଟଙ୍କିଆ ନୋଟ୍ ସଂପୂର୍ଣ୍ଣ ବରବାଦ୍ ହୋଇଯାଇଥିଲା । ସର୍ବେଶ ଛେଳି ମୁହଁରୁ ମାତ୍ର ୪ହଜାର ଟଙ୍କା ଫେରି ପାଇଥିଲେ । ଏବେ ଏହି ଟଙ୍କାଖିଆ ଛେଳିକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମୁଛି ଓ ଅନେକ ଏହି ଛେଳି ସହ ସେଲଫି ନେଉଛନ୍ତି ।