ଗୋଆ ହୋଇପାରେ ଦେଶର ପ୍ରଥମ କ୍ୟାସଲେସ୍ ରାଜ୍ୟ : ମୋବାଇଲ ବଟନରେ ହେବ କାରବାର

25

କନକ ବ୍ୟୁରୋ : ଗୋଆ ହୋଇପାରେ ଦେଶର ପ୍ରଥମ କ୍ୟାସଲେସ୍ ରାଜ୍ୟ । ଯେଉଁଠି ଜିନିଷ କିଣାବିକା ପାଇଁ ଆଉ ମନି ପର୍ସ ନେଇ ଲୋକଙ୍କୁ ଯିବାକୁ ପଡିବ ନାହିଁ । ନା ଥିବ ଟଙ୍କା, ନା ଥିବ ପକେଟ୍ ମାର ହେବାର ଭୟ । ଅନଲାଇନରେ ହେବ ସବୁ କାରବାର । ମୋବାଇଲରେ କିଣାବିକା ହେବ । ଜିନିଷ କିଣିବା ପରେ ବ୍ୟାଙ୍କ ଆକାଉଂଟରୁ ଟଙ୍କା କଟିଯିବ । ଏପରିକି ସମସ୍ତଙ୍କୁ ସ୍ମାର୍ଟ ଫୋନ ଧରିବାକୁ ମଧ୍ୟ ପଡିବନି ।

ମୋବାଇଲରେ କେବଳ ଷ୍ଟାର ନାଇନ୍ ନାଇନ୍ ହାସ୍ ଡାଏଲ କରିବାକୁ ପଡିବ । ଇନଷ୍ଟ୍ରକସନ୍ ଅନୁଯାୟୀ ବଟମ୍ ଟିପିଲେ କାରବାର ସଂପୂର୍ଣ୍ଣ ହେବ । ବିକ୍ରେତା ଆକାଉଂଟରେ ଆବଶ୍ୟକ ଟଙ୍କା ଜମା ହୋଇଯିବ । ଏହି ବ୍ୟବସ୍ଥାରେ ଛୋଟ ବ୍ୟବସାୟୀଙ୍କୁ ସ୍ୱାଇପ୍ ମେସିନ୍ ରଖିବାକୁ ପଡିବ ନାହିଁ ।

ଆସନ୍ତାକାଲି ଠାରୁ ମାପୁସା ଓ ପାନାଜୀ ସହରରେ ଏପରି କାରବାର ଆରମ୍ଭ କରାଯିବା କାର୍ଯ୍ୟକ୍ରମ ରହିଛି । ମୋବାଇଲରେ ଏହି କାରବାର ପାଇଁ କୌଣସି ଫି’ ଦେବାକୁ ପଡିବ ନାହିଁ । ଡିସେମ୍ବର ୩୧ରୁ ଏହି ଯୋଜନା ପୂରା ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।