ଗୋଆ ରାଜନୀତି ସରଗରମ : କଂଗ୍ରେସକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ,ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ କାହିଁକି ଦାବି କରିନାହଁ

27

କନକ ବ୍ୟୁରୋ : ଗୋଆରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଜଣାଇବା ପରେ ଦେଶର ରାଜନୀତି ପାଣିପାଗ ଉଷୁମ ହେବାରେ ଲାଗିଛି । ଆଜି ସନ୍ଧ୍ୟାରେ ମନୋହର ପାରିକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ମାମଲାର ଶୁଣାଣି କରି କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ ।

କାହିଁକି ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦଳ ଦାବି କରିନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସେପଟେ ବିଜପିକୁ ତୁରନ୍ତ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ । ଫଳରେ ଗୋଆ ରାଜନୀତି ବେଶ ରୋଚକ ସ୍ଥିତିରେ ପହଁଚିଛି ।