ଗୋଆ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ମନୋହର ପାରିକର : ଅସୁସ୍ଥତା ଯୋଗୁଁ ଦାୟିତ୍ୱରୁ ସାମୟିକ ଅବ୍ୟାହତି ଦେବାକୁ ବିଜେପି ନେତୃତ୍ୱକୁ ଅନୁରୋଧ

22

କନକ ବ୍ୟୁରୋ : ପଦ ଛାଡିବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ଯିବାକୁ ଥିବାରୁ ସାମିୟକ ଭାବେ ମୁଖ୍ୟମନ୍ତ୍ରୀ ପଦ ହସ୍ତାନ୍ତର କରିବାକୁ ସେ ଦଳୀୟ ନେତୃତ୍ୱକୁ ଅନୁରୋଧ କରିଛନ୍ତି । ଗତ ୬ ମାସ ହେଲ ମନୋହର ପାରିକର ଅସୁସ୍ଥ ଅଛନ୍ତି । ଆମେରିକାରୁ ଚିକିତ୍ସା ସାରି ସେ ଗତ ୬ ତାରିଖରେ ପାଣାଜୀ ଫେରିଆସିଥିଲେ । କିନ୍ତୁ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି ।

source : Free Press Journal

ଖୁବଶୀଘ୍ର ମନୋହର ପାରିକରଙ୍କୁ ଅଧିକ ଚିକିତ୍ସା ପାଇଁ ଆମେରିକା ନିଆଯିବ । ଏହି ଖବର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ ପାରିକରଙ୍କ ସମ୍ପର୍କରେ ଅଛନ୍ତି । ବିଜେପି ନେତୃତ୍ୱ ମଧ୍ୟ କାମଚଳା ମୁଖ୍ୟମନ୍ତ୍ରୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଛିା ସୋମବାରଦିନ ବିଜେପିର ଦୁଇ ବରିଷ୍ଠ ନେତା ଗୋଆ ଯାଉଛନ୍ତି । ରାଜ୍ୟ ସରକାରରେ ଥିବା ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଆଲୋଚନା ଚାଲିଛି ।