ବିଧାନସଭା ନିର୍ବାଚନ ! ଗୋଆରେ କୌଣସି ଦଳକୁ ମିିଳି ପାରିନାହିଁ ସଂଖ୍ୟା ଗରିଷ୍ଠତା

31

କନକ ବ୍ୟୁରୋ : ଶେଷ ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ । ଫଳାଫଳ ଘୋଷଣା ପରେ ଏବେ ସରକାର ଗଢିବା ନେଇ ଆରମ୍ଭ ହୋଇଛି ଉଦ୍ୟମ । ଗୋଆରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିିଳି ପାରି ନାହିଁ । ଏଠି ବିଜେପି ୧୩ଟି, କଂଗ୍ରେସ ୧୭ଟି ଏବଂ ଅନ୍ୟାନ୍ୟ ଦଳ ପାଇଛନ୍ତି ୧୦ଟି ଆସନ । ଗୋଆରେ ମୋଟ୍ ୪୦ଟି ଆସନ ଥିବାରୁ ଏଠି ମ୍ୟାଜିକ୍ ନମ୍ବର ରହିଛି ୨୧ । ଯେଉଁଥିପାଇଁ କଂଗ୍ରେସକୁ ୪ଟି ଆସନ ଆବଶ୍ୟକ ପଡ଼ୁଥିବା ବେଳେ ବିଜେପି ସରକାର ଗଢ଼ିବାକୁ ହେଲେ ୮ଟି ଆସନ ଆବଶ୍ୟକ ପଡୁଛି ।