ଗୋଆ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ରାତିରେ ଡ୍ୟୁଟି କରିବେ ମହିଳା । ସଂଶୋଧିତ ବିଲକୁ କ୍ୟାବିନେଟ ମଞ୍ଜୁରୀ

ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କମ୍ପାନୀରେ କାମ କରିପାରିବେ ମହିଳା

266

କନକ ବ୍ୟୁରୋ: ଏଣିକି ପୁରୁଷଙ୍କ ଭଳି ମହିଳା ବି କରିପାରିବେ ରାତି ଡ୍ୟୁଟି । ବିଭିନ୍ନ କର୍ମ ସଂସ୍ଥାନରେ ରାତିରେ କାମ କରିପାରିବେ ମହିଳା । ଖାଲି ପୁରୁଷ ନୁହେଁ ମହିଳାଙ୍କୁ ବି ରାତିରେ କାମ କରିବାର ସୁଯୋଗ ଦିଆଯିବ । ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କମ୍ପାନୀରେ କାମ କରିପାରିବେ ମହିଳା । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର ।

ମହିଳାମାନେ ରାତିରେ ଡ୍ୟୁଟି କରିପାରିବା ନେଇ ଗୋଆ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ତେବେ ଫ୍ୟାକ୍ଟ୍ରି ଆକ୍ଟର ସଂଶୋଧନକୁ ଆଜି କ୍ୟାବିନେଟରେ ମଞ୍ଜୁରୀ କରାଯାଇଛି । ଏହି ସଂଶୋଧିତ ବିଲ୍ ଆଗାମୀ ମୌସୁମୀ ଅଧିବେଶନରେ ବିଧାନସଭାରେ ଆଗତ କରାଯିବ । ଆଉ ବିଧାନସଭାରେ ଏହି ବିଲ୍ ପାରିତ ହେଲା ପରେ ମହିଳାମାନେ ରାତିରେ ଡ୍ୟୁଟି କରିପାରିବେ । ସନ୍ଧ୍ୟା ୬ରୁ ସକାଳ ୭ ଯାଏଁ ମହିଳାମାନେ ନିଜ କର୍ମକ୍ଷେତ୍ରରେ କାମ କରିପାରିବେ । ତେବେ ମହିଳାମାନେ ରାତିରେ କାମ କରିପାରିବେ କି ନାହିଁ ତାହା ତାଙ୍କ କମ୍ପାନୀର ମୁଖ୍ୟ ନିଷ୍ପତ୍ତି ନେବେ । ଯଦି ସଂସ୍ଥା ମୁଖ୍ୟ ରାଜି ହେବେ, ମିର୍ଦ୍ଦେଶ ଦେବେ ତେବେ ମହିଳାମାନେ ଆରାମରେ ଚାକିରି କରିପାରିବେ ବୋଲି କହିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇ ।

ତେବେ ନୂଆ ଭାରତ ଗଠନରେ କମ୍ପାନୀମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଉ କମ୍ପାନୀମାନେ ନିଜ ନିଜ ଭିତରେ ପ୍ରତିଯୋଗୀତା କଲେ ଯାଇ ଭାରତକୁ ଗଢିହେବ । କମ୍ପାନୀମାନଙ୍କରେ ରାତିଦିନ ପୁରୁଷ ମହିଳାଙ୍କ ଆବଶ୍ୟକତା ରହିଛି ତେଣୁ ରାତିରେ କେବଳ ପୁରୁଷ କାହିଁକି ମହିଳା ବି ଡ୍ୟୁଟି କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।