ହ୍ୟାକ୍ ହେଲା ବିଜେପି ୱେବସାଇଟ୍ ! ହ୍ୟାକର୍ସ ଲେଖିଲେ ପାକିସ୍ତାନ ଜିନ୍ଦାବାଦ ।
ଭାରତୀୟ ଜନତା ପାର୍ଟିର ୱେବସାଇଟ୍ ହ୍ୟାକ ହୋଇଛି । ଗୋଆ ଭାରତୀୟ ଜନତା ପାର୍ଟିର ପୁରୁଣା ୱେବସାଇଟ୍ ସୋମବାର ହ୍ୟାକ ହୋଇଯାଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହ୍ୟାକର୍ସମାନେ ଏହି ସାଇଟରେ ପାକିସ୍ତାନ ଜିନ୍ଦାବାଦ ବୋଲି ଲେଖି ଦେଇଥିଲେ । ପାର୍ଟିର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ୱେବସାଇଟ ହ୍ୟାକ ହେବା ପରେ ଏଥିରେ ‘ଟିମ୍ ପିସିଇ’ ଏବଂ ମହମ୍ମଦ ବିଲାଲ୍ ଲେଖାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗୋଆ ଭାରତୀୟ ଜନତା ପାର୍ଟିର ଆଇଟି ବିଭାଗ ସହ ଯୋଡିହୋଇଥିବା ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଯେଉଁ ୱେବସାଇଟଟି ହ୍ୟାକ ହୋଇଛି, ତାହା ପାର୍ଟିର ପୁରୁଣା ୱେବସାଇଟ୍ ଥିଲା । କିନ୍ତୁ ନୂଆ ୱେବସାଇଟରେ ଆଣ୍ଟି-ହ୍ୟାକିଂ ସିକ୍ୟୋରିଟି ବ୍ୟବସ୍ଥା ରହିଛି । ୱେବସାଇଟ ହ୍ୟାକ ହେବାର ଅନେକ ସମୟ ବିତି ଯାଇଥିଲେ ମଧ୍ୟ ପାର୍ଟି ପକ୍ଷରୁ ପୋଲିସ ନିକଟରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରାଯାଇନାହିଁ । ଏହା ସହ ବିଜେପିର ଗୋଆ ମହାସଚିବ ସଦାନନ୍ଦ ତନାବଡେ ଏହି ସମ୍ବନ୍ଧରେ କୌଣସି ସୂଚନା ଦେବା ପାଇଁ ମନା କରିଦେଇଛନ୍ତି ।