କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଶଂସା କଲେ ଗୋଆ ବିଜେପି ବିଧାୟକ ! କହିଲେ,ଦେଶକୁ ଦରକାର ରାହୁଲଙ୍କ ପରି ନେତା

524

କନକ ବ୍ୟୁରେ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଗୋଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆଉ ରାହୁଲ ଗାନ୍ଧୀଙ୍କ ବିନମ୍ରତା ଗୁଣ ଯୋଗୁଁ ଜଣେ ବିଜେପି ବିଧାୟକ ବେଶ୍ ପ୍ରଭାବିତ ହୋଇଛନ୍ତି । ଗୋଆ ବିଧାନସଭାର ଉପବାଚସ୍ପତି ତଥା ବିଜେପି ବିଧାୟକ ମାଇକେଲ୍ ଲୋବୋ ରାହୁଲ ଗାନ୍ଧୀଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷଙ୍କ ବିନମ୍ରତା ଗୁଣ ବିଷୟରେ ସମସ୍ତେ ଜାଣିବା ଆବଶ୍ୟକ ବୋଲି କହିଛନ୍ତି । ସେ ଜଣେ ଅତି ସାଧାରଣ ମଣିଷ । ଗୋଆ ଓ ଭାରତକୁ ଏପରି ଜଣେ ନେତାର ଆବଶ୍ୟକତା ରହିଛି ।

ମାଇକେଲ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ସାକ୍ଷାତ କରିବା ପାଇଁ ସ୍ୱତନ୍ତ୍ର ରୂପେ ରାହୁଲ ଗାନ୍ଧୀ ଗୋଆ ଗସ୍ତରେ ଆସିଥିଲେ । ଆଉ ଏଠାକୁ ଆସି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ବିଧାନସଭା ପରିସରରରେ ସାକ୍ଷାତ କରିଥିଲେ । ଭେଟିବା ପରେ ରାହୁଲ ଗାନ୍ଧି ଟୁଇଟ କରି ସୂଚନା ଦେବା ସହ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲ ଲେଖିଥିଲେ । ଏଥିସହ ପାରିକର ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଥିଲେ ।