ଜିମେଲ ଆସୁଛି ନୂଆ ରୂପରେ : ଜିମେଲର ନୂଆ ସଂସ୍କରଣରେ ଆପଣଙ୍କୁ ମିଳିବ ଏହି ଶାନଦାର ଫିଚର୍ସ

134

ଗୁଗଲ ଜିମେଲର ନୂଆ ସଂସ୍କରଣ ଜାରି କରିବାକୁ ଯାଉଛି । ଏହାର କିଛି ଫିଚର୍ସ ଲିକ ହୋଇଯାଇଛି । ଯେପରିକି ସେଲ୍ଫ ଡିସ୍ଟ୍ରକ୍ଟିଭ ଇ-ମେଲ ଏବଂ ଗୋପନୀୟ ମୋଡ । ୮ ମେରେ ଆଇ/ଓ ସମ୍ମିଳନୀରେ ଜିମେଲର ଏହି ନୂଆ ସଂସ୍କରଣ ଲଂଚ କରାଯାଇପାରେ । ଟେକକ୍ରଂଚ ରିପୋର୍ଟରେ ଏହା ଦାବି କରାଯାଇଛି ।

ଋିପୋର୍ଟରେ କୁହାଯାଇଛି କି ଜିମେଲ ତା’ ୟୁଜର୍ସଙ୍କୁ କଂପୋଜ ୱିଣ୍ଡୋର ନୂଆ ଟୁଲ୍ସ ଜରିଆରେ ଅଧିକ ନିୟନ୍ତ୍ରଣ ଦେବ । ଏଠାରେ କ୍ଲିକ କରିବା ପରେ ଏକ ପପଅପ ଖୋଲିବ । ଏଥିରେ ୟୁଜର୍ସ ଏକ ତାରିଖ ନିଶ୍ଚିତ କରିପାରିବେ, ଯେତେବେଳେ ଇମେଲ ନଷ୍ଟ ହୋଇଯିବ । ଇମେଲର ଅବଧି ଶେଷ ହେବାର ସମୟ ଏକ ସପ୍ତାହ, ଏକ ମାସ ଏବଂ ଏକ ବର୍ଷ ବି ହୋଇପାରେ । ନୂଆ ଜିମେଲରେ ଇମେଲକୁ ଗୋପନୀୟ ମୋଡରେ ରଖିବାର ସୁବିଧା ମିଳିବ । ଏହାର ଅର୍ଥ ହେଉଛି ଇମେଲ ଗ୍ରହଣ କରୁଥିବା ଲୋକ ଏହାକୁ ନା ପଠାଇପାରିବ ନା ଡାଉନଲୋଡ କରିପାରିବ, ନା ପ୍ରିଣ୍ଟ ବାହାର କରିପାରିବ । ଏଥିରେ ବିଷୟବସ୍ତୁକୁ କପି ଓ ପେଷ୍ଟ ବି କରିପାରିବେନି । ଏହାର ପାସକୋର୍ଡ ଟେକ୍ସଟ କରି ପଠାଇଦିଆଯିବ ।

ନୂଆ ଫିଚର୍ସରେ ଇମେଲର ସମାନାରେ ଏକ ସାଇଡବାର ମଧ୍ୟ ହେବ, ଯେଉଁଠି କ୍ୟାଲେଣ୍ଡର, ନୋଟ ଟେକିଙ୍ଗ ଆପ ଓ ଟାକ୍ସ ବି ଦେଖାଯିବ । ଏହାଦ୍ୱାରା ୟ୍ରୁଜର୍ସଙ୍କୁ ମିଟିଙ୍ଗ ସମୟ ନିର୍ଦ୍ଧାରିତ କରିବା ଓ ଇମେଲ ପଠାଇବା ସମୟରେ ଲୋକଙ୍କ ଉପଲବ୍ଧତାକୁ ଯାଂଚ କରିବାରେ ସହଜ ହୋଇଯିବ । ଆଗକୁ ତିନୋଟି ନୂଆ ଫିଚର୍ସ ଆସିବ, ଯେଉଁଥିରେ ସ୍ମାର୍ଟ ରିପ୍ଲାଇ, ସ୍ନୁଜ ବଟନ ଏବଂ ଅଫଲାଇନ ସପୋର୍ଟ ସାମିଲ ଅଛି ।