୨୦ ମିନିଟରେ କେମିତି ଆଣିବେ ତ୍ୱଚାରେ ଚମକ୍ ! କର୍ମଜୀବି ମହିଳାଙ୍କ ପାଇଁ ଟିପ୍ସ

37

ସାଧାରଣତଃ କର୍ମଜୀବି ମହିଳାମାନେ ସମୟ ଅଭାବରେ ନିଜର ଯତ୍ନ ନେଇପାରନ୍ତି ନାହିଁ । ଅଫିସ କାମ ଓ ଘର କାମ ମଧ୍ୟରେ ସେମାନେ ନିଜ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ । ସମୟ ଅଭାବରେ ଯଦି ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରୁ ନହାନ୍ତି, ସେଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ । ମାତ୍ର ୨୦ ମିନିଟରେ ଆପଣ ତ୍ୱଚାରେ ଚମକ ଆଣି ପାରିବେ ।

ନିତିଦିନିଆ ପରିବା ରୂପେ ବ୍ୟବହାର କରୁଥିବା ଆଳୁ ତ୍ୱଚା ପାଇଁ ବେଶ ଉପକାରୀ । ଗୋଟିଏ ଆଳୁକୁ କୋରି ମୁହଁରେ ଲଗାଇ ୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ଏହା ଅଳ୍ପ ସମୟ ମଧ୍ୟରେ ତ୍ୱଚାକୁ ଉଜ୍ଜଳ କରିବା ସହ ମୁହଁର ବ୍ରଣକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତ୍ୱଚାରେ ଚମକ ଆଣିବା ପାଇଁ ଟମାଟୋରେ ସମସ୍ତ ଉପାଦାନ ଭରି ରହିଥାଏ । ତ୍ୱଚାରେ ଚମକ ପାଇଁ ଟମାଟୋର ରସକୁ ମୁହଁରେ ଲଗାନ୍ତୁ । ୧୫ ମିନିଟ ରଖି ପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଟମାଟୋ ମୁହଁର ଦାଗ କମାଇବା ସହ ତ୍ୱଚାକୁ କୋମଳ ଓ ଉଜ୍ଜଳ କରିବାରେ ସାହାଯ୍ୟ କରେ ।

ଅମୃତଭଣ୍ଡା ତ୍ୱଚା ପାଇଁ ବେଶ ଉପକାରୀ । ଅଳ୍ପ ଅମୃତଭଣ୍ଡାରେ କିଛି ଗୋଲାପ ଜଳ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ନିୟମିତ ବ୍ୟବଧାନରେ ଏପରି କଲେ ଆପଣ ପରିବର୍ତ୍ତନ ଅନୁଭବ କରି ପାରିବେ ।

ଆପଣ ଯେତେ କ୍ଳାନ୍ତ ଓ ବ୍ୟସ୍ତ ଥିଲେ ମଧ୍ୟ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବରେ ସଫା କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ ।