ଗ୍ଲାମର୍ ଗ୍ୟାଙ୍ଗଷ୍ଟାର ଓ ବିରଂଚି ଦାସ

64

ପାରୋଲରେ ଗ୍ୟାଙ୍ଗଷ୍ଟର ରାଜା ଆଚର୍ଯ୍ୟ । ପାରୋଲରେ ଯିବା ପାଇଁ ହାଇାକୋର୍ଟ ସର୍ତମୂଳକ ଅନୁମତି ଦେଇଥିଲେ । ଏପ୍ରିଲ ୨୧ରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ । ମାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବା ସହିତ ଅନ୍ୟ କେତେକ ବ୍ୟକ୍ତିଗତ କାରଣ ଦର୍ଶାଇ ରାଜା ପାରୋଲ ପାଇଁ ଆବେଦନ କରିଥିଲେ । ଜୁଡୋ କୋଚ ବିରଚିଂ ଦାସ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡା ଜେଲରେ ସଜା କାଟୁଥିଲେ ରାଜା ଆଚାର୍ଯ୍ୟ । ୨୦୦୮ ମସିହାରେ ହୋଇଥିବା ବିରଚିଂ ଦାସ ହତ୍ୟାକାଣ୍ଡ ମାମଲାରେ ୨୦୧୦ ଡିସେମ୍ବର ୧୭ରେ ଭୁବନେଶ୍ୱର ଫାଷ୍ଟ ଟ୍ରାକ କୋର୍ଟ ରାଜାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ  କାରାଦଣ୍ଡରେ ଦଣ୍ଡିତ କରିଥିଲେ  । ଇତିମଧ୍ୟରେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବିତିଛି ଆଠ ବର୍ଷ  । ପୁଣିଥରେ ମନକୁ ଆପଣାଛାଏଁ ଚାଲି ଆସିଛି ୨୦୦୮ ମସିହା ଏପ୍ରିଲ ୧୩ ତାରିଖ ସଂନ୍ଧ୍ୟାର କଳା କାହାଣୀ  । ହତ୍ୟାକାଣ୍ଡ ପଛର ପ୍ଲଟ୍  । ଦେଖିବା ସ୍ପେଶାଲ ରିପୋର୍ଟ ଗ୍ଲାମର୍ ଗ୍ୟାଙ୍ଗଷ୍ଟର୍ ଓ ବିରଂଚି ଦାସ  ।

biranchi_das       7693

କାହାଣୀରେ ଥିଲା ସବୁକିଛି  । ରକ୍ତଛିଟା ସହ ଗ୍ଲାମର କନେକ୍ସନ୍  । ଗ୍ୟାଙ୍ଗଷ୍ଟର୍ର ଖତରନାକ୍ ଖଳନାୟକୀ  । ସହଯୋଗୀଙ୍କ ଭୟଙ୍କର ଭିଲେନି  । ଆତ୍ମରକ୍ଷାର ପ୍ରଶିକ୍ଷଣ ଦେଉଥିବା ଜଣେ ସଚ୍ଚା ପ୍ରଶିକ୍ଷକଙ୍କ ମୁଣ୍ଡ ଗଡ଼ିବାର କଳା କାହାଣୀ  । କାହାଣୀ ଥିଲା ତ୍ରିକୋଣୀୟ  । ଅଭିନେତ୍ରୀ ଲେସଲି ତ୍ରିପାଠୀ ଥିଲେ ଗୋଟିଏ କୋଣରେ  । ଅନ୍ୟ କୋଣଗୁଡ଼ିକରେ ଥିଲେ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ଓ ଜୁଡ଼ୋ କୋଚ୍ ବିରଂଚି ଦାସ  । ଏହା ବ୍ୟତୀତ ଅନେକ ପାଶ୍ୱର୍ଚରିତ୍ର ମଧ୍ୟ ଥିଲେ କାହାଣୀରେ  । ୨୦୦୮ ମସିହା ଏପ୍ରିଲ ୧୩ ତାରିଖ  । ସ୍ଥାନ – ଭୁବନେଶ୍ୱର ବିଜେପି କଲେଜ ନିକଟ ବିରଂଚି ଦାସଙ୍କ ଜୁଡ଼ୋ ଟ୍ରେନିଂ ସେଂଟର୍  । ସଂନ୍ଧ୍ୟା ସମୟ  । ହଠାତ ଶୁଭିଥିଲା ଗୁଳିର ଆୱାଜ୍  । ଆତତାୟୀର ଗୁଳିମାଡ଼ରେ ସେଇଠି ଟଳି ପଡ଼ିଥିଲେ ବିରଂଚି ଦାସ  । ନୀରବ ହୋଇଯାଇଥିଲା ଟ୍ରେନିଂ ସେଂଟର୍  । ବିରଂଚିଙ୍କ ହତ୍ୟା ଖବର ବ୍ୟାପି ଯାଇଥିଲା ସାରା ସହରକୁ  । ପୁଲିସର ଆରମ୍ଭ ହୋଇଯାଇଥିଲା ଛାନ୍ ଭିନ୍  । ଶେଷକୁ ପୁଲିସ୍କୁ ମିଳିଥିଲା ଖିଅ  । ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ପ୍ରତି ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟଙ୍କ ଏକତରଫା ପ୍ରେମ ଆଧାରରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିଲା  । କାରଣ ଏହି ମାମଲରେ ଜୁଡ଼ୋ କୋଚ୍ ବିରଂଚି ବିରୋଧ୍ କରିଆସୁଥିଲେ ରାଜାଙ୍କୁ  । ସମୟକ୍ରମେ ଗିରଫ ହୋଇଥଲେ ରାଜା  । ନ୍ୟାୟିକ ବ୍ୟବସ୍ଥା ରାଜାଙ୍କୁ ଶୁଣାଇଥିଲା ଆଜୀବନ କାରାଦଣ୍ଡ  । ଜେଲ୍ ଯାଇଥିଲେ ରାଜା ହେଲେ ସେତେବେଳକୁ ଅବେଳରେ ଝରିସାରିଥିଲା ଜଣେ କୋଚର ଜୀବନ  ।

       2331088350_8480fea9ef 

ଜୁଡ଼ୋ କୋଚ ବିରଂଚି ଦାସ  । କୁନି ଧାବକ ବୁଦ୍ଧିଆ ସିଂଙ୍କ ମାରାଥନ୍ ଦୌଡ଼କୁ ନେଇ ଆସିଥିଲେ ଚର୍ଚ୍ଚାକୁ  । ଭୁବନେଶ୍ୱରରୁ ପୁରୀ ୬୫ କିଲୋମିଟର ରାସ୍ତା । ବିରଂଚିଙ୍କ ତତ୍ୱାବଧାନରେ ଏହାକୁ ପାର୍ କରିବାକୁ ବୁଦ୍ଧିଆଙ୍କୁ ଲାଗୁଥିଲା ମାତ୍ର ୪୨ ମିନିଟ । ବୁଦ୍ଧିଆଙ୍କୁ ସେତେବେଳେ ମାତ୍ର ୪ ବର୍ଷ । ୪ ବର୍ଷ ବୟସରେ ବୁଦ୍ଧିଆ ବନିଯାଇଥିଲେ ବିଶ୍ୱର କନିଷ୍ଠ ମାରାଥନ୍ ରନର । ଲିମକା ବୁକରେ ମିଳିଥିଲା ସ୍ଥାନ । ତେବେ ବିରଂଚିଙ୍କର ଯେତେ ପ୍ରଶଂସକ ଥିଲେ ସେତିକି ବିରୋଧୀ ମଧ୍ୟ ଥିଲେ  । ବିରଂଚି ହତ୍ୟା କାଣ୍ଡ ପରେ ଏକପ୍ରକାର ଅନିଶ୍ଚିତତା ଆଡ଼କୁ ଠେଲି ହୋଇ ଯାଇଥିଲା ବୁଦ୍ଧିଆଙ୍କ କ୍ୟାରିୟର୍  । ଜୁଡ଼ୋ କୋଚ୍ ବିରଂଚି ଦାସ ହତ୍ୟାକାଣ୍ଡ ଏବେ ଅତୀତର ପୃଷ୍ଠାରେ  । ହେଲେ ଗ୍ଲାମର୍ ଆଉ ଗ୍ୟାଙ୍ଗଷ୍ଟର୍ର ଏହି କାହାଣୀରେ ଅବେଳରେ ପୂର୍ଣ୍ଣଚ୍ଛେଦ ପଡ଼ି ଗଲା ବିରଂଚିଙ୍କ ଜୀବନରେ  । ଆଜି ନାହାନ୍ତି ଏହି କୋଚ୍ ଅଛି କେବଳ ସ୍ମୃତି  ।

   13VBG_BUDHIA_307773f

ବିରଂଚି ଦାସ  । ଗ୍ୟାଙ୍ଗଷ୍ଟର୍ର ଗ୍ଲାମର୍ ଗେମ୍ରେ ବଳି ପଡ଼ିଥିବା ମଣିଷର କଳା କାହାଣୀ ଆଜି ଅତୀତର ପୁରୁଣା ପୃଷ୍ଠାରେ  । ହେଲେ ଦିନ ଥିଲା ବିରଂଚିଙ୍କୁ ଡକା ପଡୁଥିଲା ରାଜ୍ୟର କୋଣ ଅନୁକୋଣରୁ  । ଅନୁରୋଧ ଥିଲା ତାଙ୍କ ତତ୍ୱାବଧାନରେ ତାଲିମ୍ ନେଉଥିବା ବିସ୍ମୟ ବାଳକ ବୁଦ୍ଧିଆ ସିଂର କମାଲ କରିସ୍ମା ପାଇଁ  । ଖୁବ ଅଳ୍ପ ସମୟ ମଧ୍ୟରେ ବିରଂଚି ଚମକିଥିଲେ ଜଣେ ତାରକା ପରି  । ତେବେ ସେ ତାରକାର ଆୟୁକାଳ ଥିଲା ଅଳ୍ପ  । କିନ୍ତୁ ଜୀବନର ଦୈର୍ଘ୍ୟ ଉପରେ ଭାରି ପଡ଼ିଥିଲା ଜୀବନର ଉଚ୍ଚତା  । ଯୁବବୟସରେ ବିରଂଚି ବନିସାରିଥିଲେ ଏକ ଆଦର୍ଶ  । ବୁଦ୍ଧିଆଙ୍କୁ ଜଣେ ପ୍ରତିଷ୍ଠିତ ଧାବକ ରୂପେ ଗଢ଼ି ତୋଳିବାକୁ ବିରଂଚିଙ୍କୁ ମିଳୁନଥିଲା ଫୁର୍ସତ୍  । ଏହି କାରଣରୁ ପରବର୍ତୀ ସମୟରେ ବୁଦ୍ଧିଆ ଓ ବିରଂଚିଙ୍କ କାହାଣୀକୁ ନେଇ ବିବିସି ପକ୍ଷରୁ ତିଆରି ହୋଇଥିଲା ଡକୁ୍ୟମେଂଟାରୀ ମାରାଥନ୍ ବୟ  । ଯେଉଁଥିରେ ବୁଦ୍ଧିଆ ଜୀବନରେ ବିରଂଚିଙ୍କ ଗୁରୁତ୍ୱକୁ ପରିବେଷଣ କରାଯାଇଥିଲା ସୁନ୍ଦରଭାବେ  । ହେଲେ ଏହାକୁ ଦେଖିବାକୁ ସଶରୀରେ ନଥିଲେ ବିରଂଚି  । ପ୍ରେମ ପ୍ରତିଶୋଧର ଅଡୁଆ ଜାଲରେ ବଳି ପଡ଼ିଥିଲେ ବିରଂଚି  । ଆଜି କାହାଣୀରେ ଚମକ ନଥିଲା  । ଗ୍ୟାଙ୍ଗଷ୍ଟର୍ କଲା କାମର ସଜା କାଟୁଥିଲା ଜେଲରେ  । କାହାଣୀର ମୁଖ୍ୟ ଆଧାର ଥିଲେ ପରପାରିରେ  ।

           

aòeõPò I aê¡ò@û ö Cbd Cbdu aò^û [òùf @]êeû I @iµì‰ð ö aê¡ò@ûu _ûAñ aòeõPò @ûiò[òùf PyûðKê I aòeõPòu ù~ûMê aê¡ò@û _ûA[òùf _eòPd I _âZòÂû ö @ûRò jêG Z aòeõPò RúaòZ [òùf aê¡ò@ûu Kýûeòdeþ bò^Ü eì_ ù^A[û«û ö @«RûðZúd cõPùe aê¡ò@û eûRý _ûAñ a^ò[ûù« Mað I ùMøea ö ùZùa aòeõPò \ûi jZýûKûŠ a\kûA ù\A[òfû iaêKòQò ö

                  wpid-biranchidasepa_450x300