ରାସ୍ତାକଡରେ ପ୍ରସବ କଲେ ମହିଳା ! ମୟୁରଭଞ୍ଜରେ ୧୦୨ ଆମ୍ବୁଲାନସ ସେବା ଫେଲ୍

22

କନକବ୍ୟୁରୋ : ଆସିଲାନି ଆମ୍ବୁଲାନ୍ସ । ଫେଲ ମାରିଲା ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା । ସାଇକେଲ ଯୋଗେ ଡାକ୍ତରଖାନା ଆସୁଥିବା ବେଳେ ରାସ୍ତାକଡରେ ପ୍ରସବ କଲେ ଆସନ୍ନ ପ୍ରସବା । ବାରିପଦା ସହର ନିକଟସ୍ଥ କ୍ଷେତ୍ରପାଟଣା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଗତକାଲି ଜଣେ ମହିଳାଙ୍କର ପ୍ରସବବେଦନା ହେବା ଯୋଗୁ ରାତିରେ ତାଙ୍କୁ ସାଇକେଲରେ ଡାକ୍ତରଖାନା ନିଆଯାଉଥିଲା । ଯନ୍ତ୍ରଣା ଅଧିକ ହେବାରୁ ରାସ୍ତାରେ ଓହ୍ଲାଇବାକୁ ପଡିଥିଲା । ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମଦେଇଥିଲେ। ତେବେ ରାସ୍ତାରେ ଯାଉଥିବା ଲୋକମାନେ ଆମ୍ବୁଲାନସ ସେବା ପାଇଁ ଡାକ୍ତରଖାନାକୁ ଫୋନ କରିଥିଲେ ବି କୌଣସି ସେବା ମିଳିନଥିଲା । ଶୀତ ଦିନରେ ଅନେକ ସମୟ ଧରି ଥଣ୍ଡା କାକରେ ରହିବା ପରେ ଆମ୍ବୁଲାନସ ଆସିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାଙ୍କୁ ଡାକ୍ତରଖାନା ପଠାଯାଇଥିଲା । ମହିଳାଙ୍କର ଘର ଶୁଳିଆପଦା ଛକ ନୂଆଗାଁର ବୋଲି ଜଣାପଡିଛି ।