ଭିକାରୀ ଧରାଇଦେଲେ ମିଳିବ ୫୦୦ ଟଙ୍କା ! ଜେଲ ବିଭାଗର ଅଭିନବ ପ୍ରୟାସ

220

ନିଜାମଙ୍କ ସହର ହାଇଦ୍ରାବାଦ । କିନ୍ତୁ ଦିନ ବିତିବା ସହ ବଦଳିଯାଇଛି ହାଇଦ୍ରାବାଦର ଚିତ୍ର । ଏବେ ହାଇଦ୍ରାବାଦର ରାସ୍ତାଘାଟରେ ବୁଲୁଛନ୍ତି ଶହ ଶହ ଭିକାରୀ । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଏହାକୁ ରୋକିବାକୁ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି ହାଇଦ୍ରାବାଦ ଜେଲ ବିଭାଗ । ହାଇଦ୍ରାବାଦ ସହରର ରାସ୍ତାଘାଟରେ ବୁଲୁଥିବା ଭିକାରିମାନଙ୍କ ସମ୍ପର୍କରେ ଯେ କେହି ସୂଚନା ଦେଲେ ତାଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳିବ ବୋଲି ତେଲେଙ୍ଗାନା ଜେଲ୍ ବିଭାଗ ଘୋଷଣା କରିଛି।

S-6-Sbp-Somanatha-Mandir-Sambukha-Nସହରରେ ଭିକାରିମାନଙ୍କୁ ଥଇଥାନ କରିବାକୁ ଜେଲ୍ ବିଭାଗ ବିଦ୍ୟାଦାନମ ନାମକ ଏକ ଅଭିଯାନ ଆରମ୍ଭ କରିଛି। ଜେଲର ନିର୍ଦେଶକ ଭି କେ ସିଂହ କହିଛନ୍ତି, ହାଇଦ୍ରାବାଦର ଯେ କୌଣସି ସ୍ଥାନରେ ଥିବା ଭିକାରିମାନଙ୍କ ବିଷୟରେ ସୂଚନା ଦେଲେ ୫୦୦ ଟଙ୍କା ମିଳିବ। ଏଥି ପାଇଁ ଜେଲ୍ ବିଭାଗର କଣ୍ଟ୍ରୋଲ୍ ରୁମକୁ ଭିକାରିମାନଙ୍କ ବିଷୟରେ ସୂଚନା ଦେବାକୁ ପଡ଼ିବ।ଜେଲ୍ ବିଭାଗ ଭିକାରିମାନଙ୍କୁ ଆଶ୍ରୟ, ଖାଦ୍ୟ, କାଉନସେଲିଙ୍ଗ୍ ଏବଂ କର୍ମସଂସ୍ଥାନ କୁଶଳୀ ତାଲିମ୍ ଦେଉଛି। ଏହାଦ୍ୱାରା ସେମାନେ ସ୍ୱାବାଲମ୍ବୀ ହୋଇପାରିବେ  । ପ୍ରଶିକ୍ଷଣ ପାଇଥିବା ଭିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ୬ଟି ପେଟ୍ରୋଲ ପମ୍ପର ନିର୍ମାଣ ହେଉଛି । ଏହାସହ ଏମାନଙ୍କୁ  ୬ଟି ନୂଆ ଆୟୁର୍ବେଦିକ ସଂସ୍ଥାରେ ମଧ୍ୟ ନିଯୁକ୍ତି ଦେବାକୁ ଜେଲ ବିଭାଗ ସ୍ଥିର କରିଛି ।

Beggar-Free-stateଗୋଟିଏ ବର୍ଷ ମଧ୍ୟରେ ଜେଲ୍ ବିଭାଗ ୭୪୧ ଜଣ ପୁରୁଷ ଭିକାରି ଏବଂ ପ୍ରାୟ ୩୦୦ ଜଣ ମହିଳା ଭିକାରିଙ୍କୁ ଉଦ୍ଧାର କରିଛି ବୋଲି ସିଂହ କହିଛନ୍ତି।ଏମାନଙ୍କ ମଧ୍ୟରୁ ଅଧିକାଂଶ ଭିକାରୀ ପୁର୍ନବାର ଭିକ ମାଗିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ଉଦ୍ଧାର କରାଯାଇଥିବା ସମସ୍ତ ଭିକାରୀଙ୍କ ମଧ୍ୟରୁ ଏବେ ୨ ଜଣ ଶିଶୁ , ୨୬୫ ଜଣ ପୁରୁଷ ଓ ୭୦ ଜଣ ମହିଳାଙ୍କୁ ଆନନ୍ଦ ଆଶ୍ରମରେ ରଖାଯାଇଛି ।

ଏହାଛଡା ଖୂୁବଶୀଘ୍ର ଭିକାରୀଙ୍କୁ ରହିବା ପାଇଁ ସ୍ଥାନ ଯୋଗାଇ ଦିଆଯିବ । ଯେଉଁଠି ସେମାନେ ନିଜ ପରିବାର ସହ ରହିପାରିବେ  । ଯାହାଦ୍ୱାରା ସେମାନଙ୍କୁ ଆଉ ରାସ୍ତାକଡରେ ରହିବାକୁ ପଡିବନି ଓ ଭିକାରୀ ମାନେ ମଧ୍ୟ ଏକ ଭଲ ଜୀବନ ବଞ୍ଚିପାରିବେ ବୋଲି ଭି.କେ ସିଂହ କହିଛନ୍ତି ।ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ହାଇଦ୍ରାବାଦ ଆସିଥିବା ବେଳେ ମଧ୍ୟ ପ୍ରଶାସନ ପକ୍ଷରୁ ରାସ୍ତାକଡରୁ ଅଧିକାଂଶ ଭିକାରୀଙ୍କୁ   ଉଠାଇ ନିଆଯାଇଥିଲା ।