ନବୀନ ନିବାସରେ ପହଂଚିଲେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହଟା । ଟିକେଟ୍ ପାଇଁ କସରତ ଚାଲିଥବା ବେଳେ ଗୀତା ପହଂଚିବା ନେଇ ଚର୍ଚ୍ଚା

769

କନକ ବ୍ୟୁରୋ: ନବୀନ ନିବାସରେ ପହଂଚିଲେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହଟା । ଟିକେଟ୍ ପାଇଁ କସରତ ଚାଲିଥବା ବେଳେ ଗୀତା ପହଂଚିଥିବା ବେଳେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଟିକେଟ ବଂଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ନବୀନ ନିବାସ ଆସି ଗୀତା ମେହଟା ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥାନ୍ତି ।

ଏପରିକି ଉଭୟଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ମଧ୍ୟ ହୁଏ ବୋଲି କୁହାଯାଏ । ପଦ୍ମ ପୁରସ୍କାର ପାଇଁ ତାଙ୍କ ନାଁ ମନୋନିତ ହୋଇଥିଲେ ମଧ୍ୟ ଏହାକୁ ବିନମ୍ରତାର ସହ ପ୍ରତ୍ୟାକ୍ଷାନ କରିଥିଲେ ଗୀତା ମେହଟା । ଏବଂ ନିର୍ବାଚନୀ ମାହୋଲରେ ଏହା ଭୁଲ୍ ବାର୍ତା ଦେଇପାରେ ବୋଲି କହି ଗୀତା ମେହଟା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପାଇଁ ବିନମ୍ରତାର ସହ ମନା କରିଦେଇଥିଲେ ।

 

ସେପଟେ ଆଜି ବି ନବୀନ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଖାସ୍ କରି ଆଜି ପଶ୍ଚିମଓଡିଶାର ନେତାଙ୍କ ଭିଡ ଦେଖିବାକୁ ମିଳିଛି ନବୀନନିବାସରେ । ପୂର୍ବତନ ରାଜ୍ୟସଭା ସାଂସଦ  ଦିଲ୍ଲୀପ ତିର୍କୀ ଆଜି ନବୀନ ନିବାସରେ ପହଁଚିଛନ୍ତି । ତେବେ ଦଳର ସଭାପତି ଯାହା ବି ନିଷ୍ପତି ନେବେ ତାକୁ ପାଳନ କରିବେ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ଗତକାଲି ରାତିରେ ମଧ୍ୟ ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ସେହିପରି ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । ସେହିଭଳି ଅନନ୍ତ ଦାସ ବି କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ।