ଅବୈଧ ସମ୍ପର୍କର ଇଲାକା : ଯେଉଁଠି ବାପା ହୁଏ ଝିଅର ସ୍ୱାମୀ

67

ଯଦି କେବେ ପଚରାଯାଏ ଦୁନିଆର ସବୁଠାରୁ ମଧୁର ଓ ପ୍ରବିତ୍ର ସଂପର୍କ କେଉଁଟା , ତାହେଲେ ସମସ୍ତଙ୍କୁ ମୁହଁରୁ ଗୋଟିଏ ଉତ୍ତର ଆସିବ । ସେ ହେଉଛି ବାପ ଓ ଝିଅର ସଂପର୍କ । କିନ୍ତୁ ଦୁନିଆରେ ଏମିତି ବି ସମ୍ପ୍ରଦାୟ ଓ ପରମ୍ପରା ଅଛି ଯେଉଁଠି ଝିଅମାନେ ନିଜ ବାପାଙ୍କୁ ହିଁ ସ୍ୱାମୀ ହିସାବରେ ଗ୍ରହଣ କରିଥାନ୍ତି । ଏବଂ ବୈଦିକ ରୀତିରେ ସେମାନଙ୍କ ବିବାହ କରାଯାଇଥାଏ । ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ।

ଦୈନିକ ଜାଗରଣରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାଂଲାଦେଶରେ ‘ମଣ୍ଡି’ ନାମକ ଏକ ଆଦିବାସୀ ସଂପ୍ରଦାୟ ଅଛି ଯେଉଁଠାରେ ଏହି ଅଦ୍ଭୂତ ପରମ୍ପରା ଅଛି । ଏଠାରେ ଉଭୟ ମା’ ଓ ଝିଅଙ୍କୁ ଜଣେ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ପଡିଥାଏ । ଏହି ସଂପ୍ରଦାୟର ମହିଳା ମାନଙ୍କୁ ପିଲାବେଳୁ ହିଁ ବାପାଙ୍କୁ ନିଜର ସ୍ୱାମୀ ହିସାବରେ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଥାଏ । ସଂପ୍ରଦାୟର ମୁଖିଆଙ୍କ କହିବା ଅନୁସାରେ ନିଜ ସଂପତି ସହ ଘରର ମହିଳାମାନଙ୍କ ସୁରକ୍ଷା ପାଇଁ ସେମାନେ ଏପରି ପଦକ୍ଷେପ ନେଇଥାନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଷ୍ପତିରେ ମା’ମାନଙ୍କର କୌଣସି ଆପତି ନଥାଏ । କାରଣ ସଂପ୍ରଦାୟର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଏହି ନିଷ୍ପତି ନେଇଥାନ୍ତି । କିନ୍ତୁ ଝିଅ ମାନେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାନ୍ତିି । ତେଣୁ ଅଧିକାଂଶ ଝିଅ ଘରୁ ଲୁଚି ପଳାଇଥାନ୍ତି । ଫଳରେ ଧିରେ ଧିରେ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସଂପ୍ରଦାୟର କିଛି ବ୍ୟକ୍ତି ।