ପୋଲିସ ଡିଜି ହୋଇଥିଲେ, କିଭଳି ରୋକିଥାନ୍ତେ ୨୬/୧୧ ମୁମ୍ବାଇ ଆକ୍ରମଣ ! ଆଇଏଏସ ପରୀକ୍ଷାରେ ଏମିତି ପ୍ରଶ୍ନର ସାମ୍ନା କରିଥିଲେ ତପସ୍ୟା ।

46

ଭାରତୀୟ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ରେଜଲ୍ଟ ପ୍ରକାଶିତ ହୋଇସାରିଛି । ଏହି ପରୀକ୍ଷାରେ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାର ତପସ୍ୟା ପରିହାର ଦେଶରେ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ମଧ୍ୟପ୍ରଦେଶର ଟପ୍ପର ହୋଇଛନ୍ତି । ଆଇଏଏସ ହେବା ପରେ ସେ ଜାତୀୟ ଗଣମାଧ୍ୟମରେ ନିଜର କିଛି ଅନୁଭୂତି ବାଣ୍ଟି ଥିଲେ ।

ଆଇଏଏସ ଇଣ୍ଟରଭ୍ୟୁ ରେ ନିଜର ଅନୁଭୂତିକୁ ସେ ଗଣମାଧ୍ୟମ ଦ୍ୱାରା ବାଣ୍ଟିଛନ୍ତି । ସେ କହିଛନ୍ତି ଇଣ୍ଟରଭ୍ୟୁ ସମୟରେ ପ୍ୟାନେଲରେ ୫ଜଣ ଲୋକ ରହିଥିଲେ । ଯାହାର ଚେୟାରମ୍ୟାନ ରିଟାର୍ଡ ଏୟାର ମାର୍ଶଲ ଭୋସଲେ ଥିଲେ । ଇଣ୍ଟରଭ୍ୟୁ ପାଖାପାଖି ୨୫ରୁ ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଏବଂ ଏଥିରେ ପାଖାପାଖି ୨୫ଟି ପ୍ରଶ୍ନ ପଚରାଯାଇଥିଲା । ତେବେ ଶେଷ ପ୍ରଶ୍ନଟି ଥିଲା ଏମିତି । “ଏବେ ଆପଣ ଜଣେ ଆଇଏଏସ ଅଫିସର, ଯଦି ଆପଣଙ୍କୁ ମୁମ୍ବାଇ ସିକ୍ୟୁରିଟିର ଡିଜି କରିଦିଆଯାଏ, ତେବେ ୨୬/୧୧ ଭଳି ଆକ୍ରମଣକୁ ଆପଣ କିପରି ରୋକିବେ ।” ତପସ୍ୟା କହିଥିଲ ଯେ, ପ୍ରଥମେ ସେ ଏକ ଟିମ ପ୍ରସ୍ତୁତ କରିବେ । ଯେଉଁଥିରେ ନୂଆ ଏବଂ ପୁରୁଣା ଲୋକ ସାମିଲ ରହିବେ । ୨୬/୧୧ ଘଟଣାର ପୁରା ରିପୋର୍ଟ ଷ୍ଟଡି କରିବେ । ଏବଂ ଜାଣିବାକୁ ଚେଷ୍ଟା କରିବେ ଯେ, ସେ ସମୟରେ କଣ ଭୁଲ ହୋଇଥିଲା । ଏହା ପରେ ସେ ନିଜ ଯୋଜନା ପ୍ରସ୍ତୁତ କରିବେ । ତେବେ ଏହା ପରେ ତପସ୍ୟାଙ୍କ ସହ ପ୍ୟାନେଲର ଏହି ବିଷୟରେ ତର୍କ ମଧ୍ୟ ହୋଇଥିଲା ।

ତେବେ ଆଗକୁ ଯାଇ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ସଠିକ ଭାବରେ ଏବଂ ସତ୍ୟତାର ସହ ପାଳନ କରିବ ବୋଲି ତପସ୍ୟା କହିଛନ୍ତି । ଝିଅମାନଙ୍କ ପ୍ରତି ବଢୁଥିବା ହିଂସାକୁ ଦେଖି ତପସ୍ୟା କହିଛନ୍ତି ଯେ, ଝିଅମାନଙ୍କ ଚିନ୍ତାଧାରା ଠିକ ନୁହେଁ । ସେମାନେ ନିଜକୁ ଦୁର୍ବଳ ବୋଲି ଭାବୁଛନ୍ତି । ସମାଜର ଏଭଳି ଚିନ୍ତାଧାରାକୁ ପରିବର୍ତ୍ତନର ଆବଶ୍ୟକତା ରହିଛି ।

୧୨ ବର୍ଷରୁ କମ ବୟସର ନାବାଳିକାଙ୍କୁ ଦୁଷ୍କର୍ମରେ ଫାସି ଦଣ୍ଡ ଉପରେ ମଧ୍ୟ ସେ ନିଜ ମତ ରଖିଛନ୍ତି । ତପସ୍ୟା କହିଛନ୍ତି ଯେ, ଆଇନ ଠିକ ଅଛି କିନ୍ତୁ ଦଣ୍ଡ ଅଧିକରୁ ଅଧିକ ଲୋକଙ୍କୁ ମିଳିବା ଉଚିତ । ଏହା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଝିଅମାନଙ୍କୁ ଆତ୍ମନିର୍ଭର ହେବାକୁ ପଡିବ । ତେବେ ଦେଶର ବିକାଶ ଆହୁରି ଅଧିକ ହେବ ଯେତେବେଳେ ଜେଣ୍ଡର ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ । ଉଭୟ ପୁରୁଷ ଏବଂ ମହିଳାଙ୍କୁ ସମାନ ଅଧିକାର ଦିଆଗଲେ ଏଭଳି ଅଘଟଣକୁ କିଛି ମାତ୍ରାରେ ରୋକାଯାଇପାରିବ ।