ବିବାହ ପୂର୍ବରୁ ଝିଅଙ୍କ ମନରେ ଗୋଟିଏ ଭୟ : ପୁଲିସ ଷ୍ଟେସନ ଯାଇ ଚେକ୍ କରାଉଛନ୍ତି ପୁଅଙ୍କ କ୍ରିମିନାଲ ରେକର୍ଡ

ଝିଅମାନେ ଜାଣିବାକୁ ଚାହୁଁଛନ୍ତି କି ତାଙ୍କର ଜୀବନସାଥୀ କେମିତି ଥିବେ, ତାଙ୍କ ଆଚରଣ ଖରାପ ତ ନୁହେଁ ।

580

ବିବାହ ପୂର୍ବରୁ ଝିଅମାନେ ନିଜର ହେବାକୁ ଥିବା ଜୀବନସାଥୀଙ୍କ ବିଷୟରେ ତଥ୍ୟ ହାସଲ କରିବାକୁ ଚାହାଁନ୍ତି । ଝିଅମାନେ ଜାଣିବାକୁ ଚାହୁଁଛନ୍ତି କି ତାଙ୍କର ଜୀବନସାଥୀ କେମିତି ଥିବେ, ତାଙ୍କ ଆଚରଣ ଖରାପ ତ ନୁହେଁ । ସେଥିପାଇଁ ଝିଅମାନେ ପୁଲିସରେ ଅଭିଯୋଗ ପତ୍ର ଦାଖଲ କରୁଛନ୍ତି । ୟୁପିର ଗାଜିୟାବାଦର ଇନ୍ଦିରାପୁରମ ଥାନାରେ ଗତ କିଛି ଦିନରେ ଏମିତି ପାଖାପାଖି ୧୦ ପ୍ରାର୍ଥନା ପତ୍ର ଆସି ସାରିଛି । ଏହି ପତ୍ର ଜରିଆରେ ଝିଅମାନେ ନିଜର ଜୀବନ ସାଥୀ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି । ମାମଲା ସଂପୁର୍ଣ୍ଣ ଭିନ୍ନ ଓ ଚକିତ କରିଦେବା ଭଳି । ଯାହାକି ପୁଲିସକୁ ହଇରାଣରେ ପକାଇଦେଲାଣି ।

ଅଭିଯୋଗ ପତ୍ର ଦାଖଲ କରିଥିବା ଜଣେ ଝିଅ ଜାଣିବାକୁ ଚାହୁଁଛନ୍ତି କି, ତାଙ୍କର ଯେଉଁ ବ୍ୟକ୍ତିଙ୍କ ସହିତ ବିବାହ ହେବାକୁ ଯାଉଛି, ତାଙ୍କର ବ୍ୟାକଗ୍ରାଉଣ୍ଡ କ’ଣ? ପୁଅର କୌଣସି କ୍ରିମିନାଲ ରେକର୍ଡ ତ ନାହିଁ । କିମ୍ବା ତାଙ୍କର ଯେଉଁ ପାସପୋର୍ଟ ତିଆରି ହୋଇଛି । ତାହା ପ୍ରକୃତରେ ସତ୍ୟ ନା ନାହିଁ । ଏହା ବ୍ୟତୀତ ପୁଅର ଘରର ପଂଜିକରଣ କାହା ନାମରେ ଅଛି । ଆଶ୍ଚର୍ଯ୍ୟର କଥା ଏହା ଯେ, ସେମାନେ କିଛି ବ୍ୟକ୍ତିଗତ ପ୍ରଶ୍ନ ବି ପଚାରୁଛନ୍ତିି । ସେ ଝିଅ ଜଣକ କହିଲେ କି, ବିବାହ ପୂର୍ବରୁ ସେ ତାଙ୍କର ହେବାକୁ ଥିବା ଜୀବନସାଥୀ ବିଷୟରେ ପ୍ରଥମେ ସବୁକିଛି ଜାଣି ନେବାକୁ ଚାହାଁନ୍ତି । ଯଦ୍ୱାରା ଆଗକୁ ସଂପର୍କରେ ଫାଟ ସୃଷ୍ଟି ହେବନି ।

ଏହି ମାମଲାରେ ଗାଜିୟାବାଦର ଏସପି କହୁଛନ୍ତି କି, କୌଣସି ଅଜଣା ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ତଥ୍ୟ ଦିଆଯାଇପାରିବନି । ଏମିତି ତଥ୍ୟ ଦେବା ବେଆଇନ ଅଟେ । ଝିଅଙ୍କୁ ଏ ବିଷୟରେ ବୁଝାଇବାକୁ ଚେଷ୍ଟା ମଧ୍ୟ କରାଯାଉଛି ।