ଭାରତର ଏହି ମହିଳା କଲେଜର ୱେବସାଇଟ ହ୍ୟାକ୍ ! ହ୍ୟାକର୍ସ ଲେଖିଲେ, ପାକିସ୍ତାନ ଜିନ୍ଦାବାଦ

57

ପୁଣିଥରେ ପାକିସ୍ତାନ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତର ଶିକ୍ଷାନୁଷ୍ଠାନ । ପ୍ରଥମ ଥର ପାଇଁ ଏକ ମହିଳା ମହାବିଦ୍ୟାଳୟର ୱେବସାଇଟକୁ ହ୍ୟାକ କରିଛନ୍ତି ପାକିସ୍ତାନ ହ୍ୟାକର୍ସ । ଗାଜିପୁର ସ୍ଥିତ ରାଜକୀୟ ମହିଳା ସ୍ନାତକୋତର ମହାବିଦ୍ୟାଳୟର ୱେବସାଇଟ କରିବା ସହ ପାକିସ୍ତାନର ପତାକାର ଫଟୋ ପୋଷ୍ଟ କରାଯାଇଛି । ଏପରିକି ୱେବସାଇଟରେ ପାକିସ୍ତାନ ଜିନ୍ଦାବାଦ ମଧ୍ୟ ଲେଖାଯାଇଛି । ବ୍ଲାକସ୍କ୍ରପିୟନ ନାମକ ଏକ ଗ୍ରୁପ ଏଥିପାଇଁ ନିଜକୁ ଦାୟୀ କରିଛି ।

ମହିଳା କଲେଜର ୱେବସାଇଟ ହ୍ୟାକ୍ କରିବା ପରେ ହ୍ୟାକର୍ସ ମାନେ ଫେସବୁକ୍ ଆକାଉଣ୍ଟର ୟୁଆରଏଲ ମଧ୍ୟ ଦେଇଛନ୍ତି । ତେବେ କେଉଁ କାରଣ ପାଇଁ ଏହାକୁ ହ୍ୟାକ କରାଯାଇଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ହ୍ୟାକର୍ସ । କେବଳ ପାକିସ୍ତାନ ଜିନ୍ଦାବାଦର ନାରା ବ୍ୟତୀତ ୱେବସାଇଟରେ ଅନ୍ୟ କିଛି ଲେଖା ଯାଇନାହିଁ ।

ପୂର୍ବରୁ ମଧ୍ୟ ଅନେକଥର ପାକିସ୍ତାନ ହ୍ୟାକର୍ସ ମାନେ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନ ୱେବସାଇଟ ହ୍ୟାକ କରିଥିବାର ନଜିର ରହିଛି । ପୂର୍ବବର୍ଷ ଏନଆଇଟି ଶ୍ରୀନଗରର ୱେବସାଇଟକୁ ଗୋଟିଏ ମାସରେ ତିନିଥର ହ୍ୟାକ୍ କରାଯାଇଥିଲା । ଏହାସହ କାଶ୍ମୀର ମାଗିଲେ ଚିରି ଦେବୁ ବୋଲି ଲେଖାଯାଇଥିଲା । ତେଣୁ ଏହାକୁ ବିଚ୍ଛିନ୍ନତାବାଦୀ ଲୋକ ହ୍ୟାକ୍ କରିଥିବା ଅନୁମାନ କରାଯାଉଥିଲା ।