ଝିଅର ଜନ୍ମଦିନ କେକ୍ ବିଲ୍ ଦେବାବେଳେ ଦୋକାନୀ କହିଲା ଟଙ୍କା ଦିଆସରିଛି ! ହେଲେ କିଏ ଭରିଲା ଏହି ଅର୍ଥ , ଆଶ୍ଚର୍ଯ୍ୟ ହେଲେ ମହିଳା 

32

ବେଳେବେଳେ ଏମିତି ଘଟଣା ନଜରକୁ ଆସିଥାଏ କି କିଛି ଲୋକ ନିଜର କିଛି ସ୍ମୃତିକୁ ଉଦଜୀବିତ ରଖିବାକୁ ଭିନ୍ନ ତରିକା ଆପଣେଇଥାନ୍ତି । ଆଉ ଏହା ଅନ୍ୟମାନଙ୍କୁ ଖୁବ୍ ଆକର୍ଷିତ କରିଥାଏ । ଏମିତି ଏକ ଖବର ଏବେ ଏନଡି ଟିଭିରେ ପ୍ରକାଶିତ ହୋଇଛି । ଯାହାକୁ ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ ।


ଆମେରିକାରେ ଘଟିଥିବା ଏହି ଖବରଟି ଏରିଜୋନା ସହରରା କାଇଲ୍ ଜୋରେଗୁ ଓ ତାଙ୍କ ପରିବାର ଏକ ବେକରୀ ସପ୍ ରେ ପହଁଚିଥିଲେ । ଝିଅ ମେଡିସନ ପାଇଁ ଜନ୍ମଦିନ କେକ୍ ଆଣିବାକୁ ସେହି ସପ୍ କୁ ଆଣିବାକୁ ଯାଇଥିଲେ । ସେଠାରେ ଯାହା ଘଟିିଲା ଏହାକୁ ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତାଙ୍କ ଝିଅର ବାର୍ଥଡେ କେକ୍ ର ବିଲ୍ ଆଉ କିଏ ଅଜଣା ଲୋକ ଭରିଦେଇଥିଲେ ।  ଏହାକୁ ଶୁଣି ମା’ ଚିନ୍ତାରେ ପଡିଗଲେ । କେକେ୍ ସହ ଏକ ଚିଠି ମଧ୍ୟ ମିଳିଥିଲା । ଯାହାକୁ ପଢି  ସେହି ମା’ ଜଣକର  ଆଖିରେ ଲୁହ ଆସିଗଲା ।  ସେହି ଚିଠି ଜଣେ ଏମିତି  ମା’ର ଥିଲା, ଯିଏ ନିଜର ଝିଅକୁ ହରାଇଦେଇଥିଲେ । ଯାହାଙ୍କ ନାମ ଥିଲା ମେକେନା । ମେକେନାଙ୍କର ୧୦ତମ ଜନ୍ମଦିନରେ ସେ କାଇଲଙ୍କର ଝିଅର ଜନ୍ମଦିନର ବିଲ୍ ଦେଇଥିଲେ । ନୋଟ୍ ରେ ଲେଖାଥିଲା –‘ପ୍ରତିବର୍ଷ ମୁଁ ଏମିତି କାମ କରୁଛି, କାରଣ ମୁଁ ନିଜର ଝିଅ ପାଇଁ  କେକ୍ ନେଇପାରିବି ନାହିାଁ ’

କାଇଲ୍ ଯେତେବେଳେ ଏହି ଷ୍ଟୋରୀ ଟ୍ୱିଟରରେ  ଶେୟାର କରିଥିଲେ କିଛି ମିନିଟରେ ଏହା ୨ଲକ୍ଷ ୟୁଜରଙ୍କ ଲାଇକ୍ ମିଳିଥିଲା । ଏବଂ ୬୦ ହଜାର ଲୋକ ଶେୟାର କରିଛନ୍ତି । ABC News ମୁତାବିକ୍ କାଇଲଙ୍କର ଏହି ଟ୍ୱିଟ୍ ଆସ୍ଲେ ଆଣ୍ଟିଙ୍କ ପାଇଁ ଥିଲା । ଯିଏ ନିଜର ଝିଅ ମେକେନାଙ୍କୁ ୨୦୦୮ରେ ହରାଇଦେଇଥିଲେ ।  ୨୦୧୦ରୁ ଆସ୍ଲେ  ଏମିତି ଅଜଣା ବ୍ୟକ୍ତିଙ୍କ ପାଇଁ ଜନ୍ମଦିନ( ୨୭ ଜାନୁୟାରୀ)ରେ କେକ୍ ର ବିଲ୍ ଭରିଥାନ୍ତି ।BuzzFeed News ଅନୁସାରେ , କାଇଲଙ୍କର କହିବା ହେଲା-‘ମୁଁ ତାଙ୍କ ଉପରେ ପୁରା ଆକର୍ଷିତ ହୋଇଯାଇଛି । ଏମିତି କିଏ ଏତେ ଦୟାଳୁ ହୋଇପାରିବ । ମୋର ଝିଅ ମେଡିନକୁ ଏହା ବହୁତ ଭଲ ଲାଗିଛି । ’

( ସୌଜନ୍ୟ- ଏନଡି ଟିଭି)