ଜୀବନ୍ତ ସାପକୁ ହାତରେ ଧରି ନୃତ୍ୟ : ଚର୍ଚ୍ଚାରେ ଗୁଜୁରାଟର ଗରବା

55

indian-dances_gujarat-postpickle-com_820ଗୁଜୁରାଟରେ ହେଉଥିବା ଏକ ବିଶେଷ ଗରବା ନୃତ୍ୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ସାପକୁ ହାତରେ ଧରି ଗରବା ନୃତ୍ୟ ହୁଏ । ପୁଣି ଜୀବନ୍ତ ସାପକୁ ହାତରେ ଧରି ଏଭଳି ଏକ ଚମତ୍କାର ଛୋଟ ଛୋଟ ପିଲାମାନେ ହିଁ କରିଥାନ୍ତି ।

ଏକ ଅଭିନବ ଉପାୟରେ ଏହି ନୃତ୍ୟ ପରିବେଷଣ ହୁଏ । ଏଠାରେ ଗରବା ପିଲା ମା’ ଖୋଣ୍ଡଲାଙ୍କ ରୂପ ଧାରଣ କରି ହାତରେ ସାପ ଧରିଥାନ୍ତି । କୈାଣସି ଡରଭୟକୁ ଖାତିର ନକରି ଛୋଟ ଛୋଟ ଝିଅମାନେ ପାଖାପାଖି ୨ ରୁ ୩ ଘଂଟା ଏହି ଗରବା ନୃତ୍ୟ କରିଥାନ୍ତି ଏବଂ ଏହା ସମସ୍ତକୁ ଆଶ୍ଚର୍ଯ୍ୟ କରିଥାଏ ।

maxresdefaultନବରାତ୍ରି ଅବସରରେ ରାଜକୋଟର ୱସାହତ ଖୋଡିଆର ନଗରରେ ଏ ନୃତ୍ୟ ଆୟୋଜିତ ହୋଇଥାଏ ଏବଂ ମୁରଲୀଧର ଯୁବ ସଂଘ ଏହି ବିଶେଷ ଧରଣର ଗରବା ନୃତ୍ୟ ଆୟୋଜନ କରିଥାନ୍ତି । ନବରାତ୍ରୀର ୯ ଦିନ ଧରି ଚାଲେ ଏ ନୃତ୍ୟ ।

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ ଦିନ ଭିନ୍ନ ଭିନ୍ନ ଝିଅ ବିଷହୀନ ସାପକୁ ନେଇ କରନ୍ତି ଗରବା ନୃତ୍ୟ । କିନ୍ତୁ ଏହି ନୃତ୍ୟରେ ସେମାନେ ସାପର କୈାଣସି କ୍ଷତି ପହଂଚାଇନଥାନ୍ତି । ବନବିଭାଗ ପ୍ରଥମେ ଏ ପ୍ରଥାକୁ ବିରୋଧ କରୁଥିଲେ ହେଁ ସତ ଜାଣିଲା ପରେ ଏ ପ୍ରଥା ପାଇଁ କୈାଣସି ବିରୋଧ ଆଉ କରିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହା ସହ ଦେଖନ୍ତୁ –କୋଲକାତାର ବରଫ ଦୁର୍ଗା ମୂର୍ତି : ପୂଜାରେ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ