ଅଜବ ସପିଙ୍ଗ୍ ମଲ୍ ! ଯେଉଁଠି ୧୦ ଟଙ୍କା ଦେଲେ ୨୦ ମିନିଟ୍ ପାଇଁ ମିଳେ ଗାର୍ଲଫ୍ରେଣ୍ଡ୍ ।

51

ଆଜିକାଲିର ଯୁବପିଢି ଜଣେ ଭଲ ସାଥୀ ପାଇବା ଆଶାରେ କେତେ କ’ଣ କରୁଛନ୍ତି ଏବଂ ଡିଜିଟାଲ୍ ମିଡିଆ ଜମାନାରେ ପ୍ରତିଦିନ ଏଭଳି ଅନେକ ଅଜବ ପ୍ରକାରର ଖବର ଶୁଣିବାକୁ ମିଳୁଛି । ତେବେ ଇତି ମଧ୍ୟରେ ଆଉ ଏକ ଅଜବ କରିଦେଲା ଭଳି ଖବର ସାମ୍ମାକୁ ଆସିଛି । ଚୀନର ଗୁଆଡୋଙ୍ଗ୍ ଅଞ୍ଚଳରେ ଥିବା ‘ଦ ବାଇଟେଲିଟୀ ସିଟି ଇନ୍ ହ୍ୟୁମାନ୍ ସିଟି’ ନାମକ ଏକ ସପିଙ୍ଗ୍ ମଲରେ ଆପଣଙ୍କୁ ୧୦ ଟଙ୍କାରେ ୨୦ ମିନିଟ୍ ପାଇଁ ପାଇଁ ଗାର୍ଲଫ୍ରେଣ୍ଡ୍ ମିଳିଯିବ । ଏହି ଖବର ଶୁଣିଲା ପରେ ଆପଣ ଯେତିକି ଆଶ୍ଚର୍ଯ୍ୟ ହେଉଥିବେ ସେତିକି ହସୁଥିବେ ନିଶ୍ଚୟ । କିନ୍ତୁ ଖବରଟି ସମ୍ପୁର୍ଣ୍ଣ ସତ ଆଜ୍ଞା ।
ଏହି ମଲରେ ସୁନ୍ଦରୀ ଚାଇନିଜ୍ ଝିଅମାନେ କଣ୍ଢେଇ ପରି ସଜେଇ ହୋଇ ପୋଜ୍ ଦେଇ ଠିଆ ହୋଇଥାନ୍ତି । ସେମାନଙ୍କ ପୋଷାକରେ ମଧ୍ୟ ନମ୍ବର ଲେଖା ହୋଇଥାଏ । ସିଙ୍ଗଲ୍ ପୁଅ ହୁଅନ୍ତୁ ବା ନିଜ ବୈବାହିକ ଜୀବନରୁ ବିତୃଷ୍ଣାଭାବ ରଖିଥିବା ପୁରୁଷ ଏଠାକୁ ଯାଇ ସେମାନେ କିଛି ସମୟ ପାଇଁ ଏହି ଝିଅମାନଙ୍କ ସହ କଥାବାର୍ତ୍ତା କରିଥାନ୍ତି । ଆଉ ଗୋଟିଏ କଥା ହେଉଛି କମ୍ପାନୀ ଏହି ଟେମ୍ପୋରାରୀ ଗାର୍ଲଫ୍ରେଣ୍ଡଙ୍କୁ କେବଳ ମଲ୍ ଭିତରେ ଧରି ବୁଲିବା ପାଇଁ ଅନୁମତି ଦେଇଥାଏ । ଏହାର ଅର୍ଥ ଆପଣ ଯଦି ଟେମ୍ପୋରାରୀ ଗାର୍ଲଫ୍ରେଣ୍ଡଙ୍କୁ କିଛି ସମୟ ପାଇଁ କିଣୁଛନ୍ତି ତେବେ କେବଳ ମଲ୍ ଭିତରେ ହିଁ ସେମାନଙ୍କ ସହ କଥାବାର୍ତ୍ତା କରି ବୁଲିବାର ସୁବିଧା ପାଇପାରିବେ । ଏହି ଯୁବତୀମାନଙ୍କ ବିନା ଅନୁମତିରେ ସେମାନଙ୍କୁ ଛୁଇଁବା ପାଇଁ ମଧ୍ୟ ବାରଣ କରାଯାଇଛି ।