ଘରୁ ବାହାରିବା ସମୟରେ ନିଜକୁ ଅସୁରକ୍ଷିତ ମନେ କରୁଥିଲେ ମୋବାଇଲରେ ରଖନ୍ତୁ ଏହି ୫ ଟି ଆପ୍ ! କେହି ଛୁଇଁବା ମାତ୍ରେ ହିଁ ପରିବାର ଏବଂ ପୋଲିସ୍ ପାଖରେ ପହଚିଂବ ଖବର।

836

ଆଜିର ସମୟରେ ମହିଳାଙ୍କ ସୁରକ୍ଷା ସବୁଠାରୁ ବଡ କାରଣ ରୁପେ ମୁଣ୍ଡ ଟେକିଛି । ମହିଳାଙ୍କ କ୍ଷେତ୍ରରେ ଦିନକୁ ଦିନ ବଢୁଥିବା ଘଟଣା ଦୂର୍ଘଟଣାକୁ ଲକ୍ଷ୍ୟ କରି ଏବେ ମହିଳାଙ୍କ ବାହାରକୁ ଯିବା ବି ବିପଦ ଠାରୁ କିଛି କମ୍ ନାହିଁ । କର୍ମଜୀବୀ ମହିଳାଙ୍କ ପାଇଁ ତ ଅବସ୍ଥା ଆହୁରି ଶୋଚନୀୟ କହିଲେ ଚଳେ । ଏହି ଘଟଣାକୁ ଆଖି ଆଗରେ ରଖି ଭାରତ ସରକାର ଅନେକ ସ୍କିମ୍ ତଥା ପୋଲିସକୁ ସଜାଗ କଲେ ମଧ୍ୟ ଏଭଳି ଘଟଣା ଥମିବାର ନାଁ ନେଉନାହିଁ । ଏବେ ମହିଳାଙ୍କୁ ହିଁ ନିଜ ସୁରକ୍ଷା ନିଜେ କରିବାକୁ ପଡିବ ଏଥିପାଇଁ ସ୍ୱୟଂରକ୍ଷା ପାଇଁ ଆତ୍ମକୌଶଳର ଟ୍ରେନିଙ୍ଗ୍ ଦିଆଯିବା ସହ କିଛି କମ୍ପାନୀ ମୋବାଇଲ୍ ର ଏଭଳି ୫ ଟି ଆପ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସବୁ ସୁବିଧା ରହିଛି । ତେବେ ଆସନ୍ତୁ କ’ଣ ଏହି ୫ ଟି ଆପ୍ ଜାଣିବା ।

ବି ସେଫ୍ : ବ୍ୟକ୍ତିଗତ ନିରାପଦ ଆପ୍ : ଯଦି ଆପଣ ବି ସେଫ୍ ଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଉପରେ କିଛି ଅସୁବିଧା ଆସିଲେ ଆପଣ ଏହି ଆପ୍ ସାହାଯ୍ୟରେ ନିଜର ନିରାପଦ କରିପାରିବେ । ଏହି ଆପ୍ ସାହାଯ୍ୟରେ ଆପଣ ନିଜ ପରିବାର ସଦସ୍ୟଙ୍କ ତଥା ନିଜ ସାଙ୍ଗସାଥିଙ୍କ ସହ ନେଟୱର୍କ ସହ ଜଡିତ ହୋଇପାରିବେ । ଅସୁବିଧା ପଡିବା ମାତ୍ରେ ଏହି ଆପ୍ ର ଆଲରାମ୍ ବଟନ୍ କୁ ଦବାଇବା ପରେ ଗ୍ରୁପ୍ ରେ ଏକ ଆଲର୍ଟ ମେସେଜ୍ ପହଞ୍ôଚଯିବ । ଏହାଦ୍ୱାରା ଆପଣଙ୍କ ପାଖଲୋକ ଜାଣିପାରିବେ ଯେ ଆପଣଙ୍କ ଉପରକୁ କୌଣସି ବିପଦ ଆସିଛି । ଏହାଦ୍ୱାରା ସେମାନେ ଆପଣଙ୍କ ଲୋକେସନ୍ କୁ ମଧ୍ୟ ଟ୍ରାକ୍ କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ଭିଡିଓ ଏବଂ ଅଡିଓ ରେକର୍ଡିଂ ବି କରିପାରିବେ ।

ହିମତ୍ ପ୍ଲସ୍ : ଏହି ଆପ୍ କୁ ଲେଟ୍ ରାତି ପର୍ଯ୍ୟନ୍ତ କାମ କରୁଥିବା ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ର ଏସଓଏସ୍ ଆଲର୍ଟ ବଟନ୍ କୁ ଦବାଇବା ପରେ ନା କେବଳ ଆପଣଙ୍କ ପରିବାର କିମ୍ବା ବନ୍ଧୁକୁ ଆପଣ ଅସୁରକ୍ଷିତ ହେବାର ସୂଚନା ମିଳିବ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କୁ ମଧ୍ୟ ଏହାର ସୂଚନା ମିଳିବ ।

ମାଇ ସେଫଟିପିନ୍ : ଏହି ଆପ୍ ମହିଳାଙ୍କୁ ଅସୁରକ୍ଷିତ ରାସ୍ତା ବିଷୟରେ ସଚେତନ କରିବା ସହ ଜରୁରୀକାଳୀନ ନମ୍ବର ଏବଂ ସେଫଟିପିନ୍ ରେ ଜିପିଏସ୍ ଟ୍ରାକିଙ୍ଗ୍ ର ସୁବିଧା ଦେଇଥାଏ ।

ରକ୍ଷା : ଏହି ଆପ୍ ର ଗୁଣବତ୍ତା ହେଉଛି ଏହା ମୋବାଇଲ୍ ପାଟର୍ଣ୍ଣ ନ ଖୋଲି ବି ପରିବାର ଏବଂ ବନ୍ଧୁଙ୍କୁ ଆପଣଙ୍କ ସୁଚନା ଦେଉଥିବ । ଯଦି ଆପଣ ବିପଦରେ ଅଛନ୍ତି ତେବେ ମୋବାଇଲର ଭଲ୍ୟୁମ୍ ବଟନ୍ କୁ ୩ ସେକେଣ୍ଡ ଦବାଇ ରଖନ୍ତୁ ,ଏହାପରେ ଆପଣଙ୍କ ଅସୁରକ୍ଷିତ ହେବା ଖବର ସମସ୍ତେ ଜାଣିପାରିବେ । ଏସଓଏସ୍ ରହିବା କାରଣରୁ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ହେବା ପରେ ମଧ୍ୟ ଏହା ଘର ଲୋକଙ୍କୁ ମେସେଜ୍ ପଠାଇଦେଇଥାଏ ।

ସ୍ମାର୍ଟ ୨୪ /୭ : ଯଦି କୌଣସି ମହିଳାଙ୍କୁ ତୁରନ୍ତ ସାହାଯ୍ୟ ଦରକାର ତେବେ ଏହି ଆପ୍ ଠାରୁ ଭଲ ଆଉ କିଛି ହୋଇପାରିବ ନାହିଁ । ଏମରଜେନ୍ସିରେ ପାନିକ୍ ବଟନ୍ କୁ ଦବାଇବା କ୍ଷଣି ହିଁ ପରିବାର ଲୋକଙ୍କୁ ଏହି ସୂଚନା ମିଳିଯିବ । ଏତିକି ନୁହଁ ପାଖଆଖ ପୋଲିସ୍ ଷ୍ଟେସନ୍ , ହସ୍ପିଟାଲ୍ ତଥା ଫାୟାର୍ ଷ୍ଟେସନରୁ ମଧ୍ୟ ଆପଣଙ୍କୁ ସାହାଯ୍ୟ ମିଳିବ ।