ପାନେ ପାଇଲେ ରୋମିଓ ! ସିଟି ବସରେ ଯୁବତୀଙ୍କୁ ଅସଦାଚରଣ କରି ହଟହଟା ହେଲେ ଯୁବକ, ସୋସିଆଲ ମିଡିଆରେ ଭାଇରାଲ ହେଲା ଚପଲରେ ମାଡ ଖାଇବାର ଦୃଶ୍ୟ

41

କନକ ବ୍ୟୁରୋ: ଭୁବନେଶ୍ୱରରେ ଚଳନ୍ତା ବସରେ ଯୁବତୀଙ୍କୁ ଅସଦାଚରଣ କରି ହଟହଟା ହେଲେ ଯୁବକ । ଅସଦାଚରଣ କରିବା ପରେ ଯୁବକଙ୍କୁ ଜୋତାରେ ପିଟିଲେ ଯୁବତୀ । ଆଉ ଗାଡି ଭିତରେ ଯୁବକଙ୍କୁ ଜୋତାରେ ପିିଟିଥିଲେ ଯୁବତୀ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସିଟି ବସରେ ପାଖରେ ବସିଥିବା ଯୁବକ ଜଣଙ୍କ ତାଙ୍କୁ ବାରମ୍ବାର ଛୁଇଁବାକୁ ପ୍ରୟାସ କରିଥିଲେ । ଶେଷରେ ଯୁବତୀ ଜଣଙ୍କ ବିରକ୍ତ ହୋଇ ସିଟରୁ ଉଠିପଡି ବଡ ପାଟିରେ ଚିଲାଇବା ସହ ସମ୍ପୃକ୍ତ ଯୁବକଙ୍କୁ ଗାଳି ଗୁଲଜ କରିଥିଲେ । ଯୁବକ ଜଣଙ୍କୁ ବସରୁ ଓହ୍ଲାଇ ଯିବାକୁ କହୁଯାଇଥିଲା । ତେବେ ଯୁବତୀଙ୍କ ଅଭିଯୋଗକୁ ଯୁବକ ଜଣଙ୍କ ଅସ୍ୱୀକାର କରିବା ସହ ବସରୁ ଓହ୍ଲାଇବା ପାଇଁ ରାଜି ହୋଇ ନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକଙ୍କୁ ଚପଲରେ ପିଟିଥିଲେ ଯୁବତୀ । ଏହାକୁ ନେଇ ବସରେ ଉତ୍ତେଜନା ଦେଖା ଦେଇଥିଲା ।