ବ୍ୟାଚଲର ରାହୁଲଙ୍କ ସେଲଫି ସଉକ ! ଗାଡି ଉପରେ ଯୁବତୀଙ୍କ ସହ ସେଲଫି ନେଲେ କଂଗ୍ରେସ ଯୁବରାଜ ।

51

ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଭେରୁଚ୍ ରୋଡ୍ ସୋ । ଗତକାଲି ଗୁଜରାଟରେ ରାହୁଲ ନୂଆ ଅନ୍ଦାଜରେ ନଜର ଆସିଥିବା ବେଳେ ତାଙ୍କ ଲୋକପ୍ରିୟତାର ପୁଣି ଏକ ପ୍ରମାଣ ସାମ୍ନାକୁ ଆସିଥିଲା । ରୋଡ ସୋ ପାଇଁ ରାହୁଲ ଯେତିକି ଚର୍ଚ୍ଚାକୁ ଆସିନଥିଲେ ତାହାଠାରୁ ଅଧିକ ଚର୍ଚ୍ଚିତ ହୋଇଛନ୍ତି ସେଲଫି ପାଇଁ । ଗତକାଲି ରୋଡ ଶୋ ଚାଲୁଥିବା ବେଳେ ରାହୁଲଙ୍କ ସହ ସେଲ୍ଫି ଉଠାଇବାକୁ ମତାଂଶା ନାମକ ଜଣେ ଯୁବତୀ ତାଙ୍କ ଗାଡ଼ି ଉପରକୁ ଚଢ଼ିଥିଲେ । ମତାଂଶାଙ୍କୁ ସେଲ୍ଫି ନେବାକୁ ରାହୁଲ୍ ମଧ୍ୟ ଅନୁମତି ଦେଇଥିଲେ । ରାହୁଲଙ୍କ ସହ ସେଲଫି ନେବାକୁ କ୍ଲାସ ଛାଡି ରୋଡ ଶୋ ଦେଖିବାକୁ ଆସିଥିଲେ ମତାଂଶା ।

selfieବଡିଗାର୍ଡ ମାନେ ରାହୁଲଙ୍କ ଠାରୁ ଇସାରା ପାଇ ମତାଂଶାଙ୍କୁ ସେଲଫି ୁନେବାକୁ ଗାଡି ଉପରକୁ ଛାଡିଥିଲେ । ଆଉ ଏହି ସୁଯୋଗର ହାତଛଡା କରିନଥିଲେ ଯୁବତୀ ଜଣକ । ରାହୁଲଙ୍କ ସହ ସେଲଫି ନେଇ ବେଶ ଖୁସି ଜଣା ପଡୁଥଲେ ମତାଂଶା । ସେଲଫି ନେବା ପରେ ଗାଡିରୁ ଓହ୍ଲାଇବାରେ ସାହାଯ୍ୟ କରିଥିଲେ କଂଗ୍ରେସ ଯୁବରାଜ । ଭେରୁଚ୍ ରୋଡ୍ ସୋ’ରେ ଯେଉଁଠି ହଜାର ହଜାର ପ୍ରଶଂସକ ରାହୁଲଙ୍କ ଝଲକ୍ ପାଇଁ ଅପେକ୍ଷା କରିଥିଲେ ସେଠାରେ ସେଲ୍ଫି ଉଠାଇଥିବା ମତାଂଶା ଏବେ ବନିଛନ୍ତି ଚର୍ଚ୍ଚାର କାରଣ ।

ରାହୁଲଙ୍କ ପାଇଁ କ୍ଲାସ୍ ଛାଡ଼ି ରାସ୍ତାକୁ ଚାଲିଆସିଥିବା ମତାଂଶା କଂଗ୍ରେସର ଜଣେ ପ୍ରଶଂସିକା । ଇନ୍ଦିରା ଓ ରାହୁଲଙ୍କର ସେ ଜଣେ ଦୃଢ଼ ସମର୍ଥକ । ବାପା ଇବ୍ରାହିମ ଶେଖ୍ ଅନୁମତି ଦେବା ପରେ ମତାଂଶା ରୋଡ୍ ସୋ’କୁ ସେଲ୍ଫି ଉଠାଇବାକୁ ଆସିଥିଲେ । ସେଲ୍ଫି ନେବା ବେଳେ ସେ ରାହୁଲଙ୍କୁ ଗୁଜରାଟ୍ ନିର୍ବାଚନ ପାଇଁ ଦେଇଥିଲେ ଶୁଭକାମନା । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।