ପ୍ରେମିକ ଦୁଆରେ ପ୍ରେମିକାର ଅନଶନ: ପତ୍ନୀ ମାନ୍ୟତା ଦାବିରେ ୮ ଦିନ ହେବ ଯୁବକଙ୍କ ଘର ଆଗରେ ଯୁବତୀଙ୍କ ଧାରଣା

890

କନକ ବ୍ୟୁରୋ: ପ୍ରେମିକ ଦୁଆରେ ପ୍ରେମିକାର ଅନଶନ । ଢେଙ୍କାନାଳ ପର୍ଜଙ୍ଗରେ ୮ ଦିନ ହେବ ନ୍ୟାୟ ପାଇଁ ପ୍ରେମିକଙ୍କ ଘର ଆଗରେ ଅନଶନରେ ବସିଛି ପ୍ରେମିକା । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହଁ ଦୀର୍ଘ ୬ ବର୍ଷ ହେବ ଯୁବତୀ ଜଣକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । କିନ୍ତୁ ଯୁବକ ଜଣକ ତାଙ୍କ ପରିବାର ଚାପରେ ଯୁବତୀ ଜଣଙ୍କୁ ଛାଡି ହାଇଦ୍ରାବାଦ ପଳାଇଥିବା ଅଭିଯୋଗ ହୋଇଛି ।

ଯୁବକ ଜଣକ ହାଇଦ୍ରାବାଦରେ କାମ କରୁଥିବା ବେଳେ ପତ୍ନୀ ମାନ୍ୟତା ଦାବିରେ ୮ ଦିନ ହେବ ଯୁବକଙ୍କ ଘର ଆଗରେ ଅନଶନରେ ବସିଛନ୍ତି ଯୁବତୀ । ଯେହେତୁ ଯୁବତୀ ଜଣକ ନିଜ ଘରୁ ଗୋଡ଼ କାଢ଼ିଛନ୍ତି, ଲୋକଲଜ୍ଜା ଯୋଗୁଁ ସେ ନିଜ ପରିବାରକୁ ଫେରି ପାରୁନାହାନ୍ତି। ନଖାଇ ନପିଇ ୮ ଦିନ ହେଲା ଯୁବକଙ୍କ ବାରଣ୍ଡାରେ ବସି ରହିଛନ୍ତି। ତାଙ୍କର ଗୋଟିଏ ଦାବି – ପତ୍ନୀର ମାନ୍ୟତା ମିଳୁ। ଯୁବତୀ ଜଣଙ୍କ ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଝିଅର ଏଭଳି ସ୍ଥିତିରେ ବାପା, ମାଆ ଦୁଃଖରେ ଭାଙ୍ଗିପଡିଛନ୍ତି । ସେପଟେ ଯୁବକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ପୁଲିସ କହିଛି ।