ନିୟମ ତ ଭାଙ୍ଗିଲେ , ଧମକ ବି ଦେଲେ ! ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ଯୁବତୀଙ୍କ ଚାଲାଣ କାଟିଲେ ଟ୍ରାଫିକ୍ ପୋଲିସ୍ , ଜରିମାନା ଲଗାଇଲେ ଫାଶୀ ଦେବାକୁ ଧମକ ଦେଲେ ଯୁବତୀ

1,304

ଦେଶରେ ସରକାରନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଛି । ଯାହାର ଡର ଲୋକଙ୍କ ମନରେ ଦେଖିବାକୁ ମିଳୁଛି । ଜରିମାନାର ବର୍ଦ୍ଧିତ ରାଶିର ବୋଝକୁ ଉଠାଇବାକୁ ଡରୁଛନ୍ତି ଲୋକ । ଜରିମାନା ରାଶିରୁ ବଂଚିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି । କିଛି ଦିନ ପୂର୍ବରୁ ଦିଲ୍ଲୀର ଶେଖସରାୟ ପାଖରେ ଚାଲାଣ କଟିବା ଦ୍ୱାରା ଜଣେ ଯୁବକ ନିଜ ବାଇକ୍ ରେ ନିଆଁ ଲଗାଇବା ଖବର ସାମ୍ନାକୁ ଆସିଥିଲା । ତେବେ କାଶ୍ମୀରି ଗେଟ୍ ଆଇଏସବିଟି ପାଖରେ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିବା ଦ୍ୱାରା ଜଣେ ସ୍କୁଟି ଚଲାଉଥିବା ଯୁବତୀଙ୍କୁ ଟ୍ରାଫିକ୍ ପୋଲିସ୍ କର୍ମୀ ଅଟକାଇ ଥିଲେ । ଜରିମାନା ରାଶିରେ ବ୍ୟତିବ୍ୟସ୍ତ ହୋଇ ଯୁବତୀ ଜଣକ ଟ୍ରାଫିକ୍ ପୋଲିସ୍ ଙ୍କୁ ଜରିମାନା ଲଗାଇଲେ ଫାଶୀ ଦେବେ ବୋଲି ଧମକ ଦେଇଥିଲେ ଏବଂ ନିଜ ହେଲମେଟ୍ କୁ ରୋଡରେ ହିଁ କଚାଡି ଦେଇଥିଲେ । ଏହି ମାମଲାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ର ସେଣ୍ଟ୍ରାଲ୍ ରେଞ୍ଜର ପୋଲିସ୍ ଅଧିକାରୀଙ୍କ ଅନୁସାରେ , କାଶ୍ମୀରି ଗେଟ୍ ଆଇଏସବିଟି ବସ୍ ଷ୍ଟାଣ୍ଡ ପାଖରେ ଜଣେ ଯୁବତୀଙ୍କୁ ଅଟକ ରଖାଯାଇଥିଲା । ସ୍କୁଟିର ନମ୍ବର ପ୍ଲେଟ୍ ଭାଙ୍ଗିଯାଇଥିଲା ଯେଉଁଥିରେ ଗୋଟିଏ ନମ୍ବର ମଧ୍ୟ ନଥିଲା । ଯୁବତୀଙ୍କ ହେଲମେଟରେ ମଧ୍ୟ ବେଲ୍ଟ ନଥିଲା । କେବଳ ଏତିକି ନୁହେଁ ସ୍କୁଟି ଚଲାଉଥିବା ସମୟରେ ସେ ଫୋନରେ କଥାବାର୍ତ୍ତା ହେଉଥିଲେ ।

ପୋଲିସ୍ କର୍ମୀ ଯେତେବେଳେ ତାଙ୍କୁ ଅଟକାଇଲେ ସେ ତର୍କ ବିତର୍କ କରିବା ଆରମ୍ଭ କରିଦେଲେ ଏବଂ କଳେବଳେ କୌଶଳେ ଉକ୍ତ ସ୍ଥାନରୁ ବାହାରି ଯିବାକୁ ଚେଷ୍ଟା କଲେ କିନ୍ତୁ ପୋଲିସ୍ କର୍ମୀ ଚାବି ଛଡାଇ ନେବା ପରେ ଯୁବତୀ ଜଣକ ଫସିଗଲେ । ତର୍କ ସମୟରେ ସେ ରାଗିଯାଇ ନିଜ ହେଲମେଟ୍ କୁ ତଳେ ବାଡେଇ ଭାଙ୍ଗି ଦେଇଥିଲେ । ନମ୍ବରପ୍ଲେଟ୍ ଗୋଟିଏ ଦିନ ପୂର୍ବରୁ ହିଁ ଭାଙ୍ଗିଥିବା କଥା କହି ଏବଂ ଫୋନରେ କାହା ସହ କଥା ନହୋଇ ସେ ଗୀତ ଶୁଣିବା କଥା କହିଥିଲେ । ତେବେ ପୋଲିସ୍ ଆଗକୁ ଏଭଳି କାମ ନ କରିବାକୁ କହି ଯୁବତୀଙ୍କୁ ଛାଡି ଦେଇଥିଲେ । ବର୍ତ୍ତମାନ ଯୁବତୀଙ୍କ ୧୫ ମିନିଟ୍ ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।