ବିବାହର ରୀତିନୀତି ଚାଲୁଥିଲା, ହେଲା ଆକସ୍ମିକ ବଜ୍ରପାତ ଓ ବିବାହ ଭାଙ୍ଗିଦେଲେ କନ୍ୟା : କ’ଣ ହୋଇଥିବ କାରଣ ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର

40

ବଜ୍ରପାତ କେବଳ ମୃତ୍ୟୁ ଓ କ୍ଷୟକ୍ଷତିର କାରଣ ହୋଇନଥାଏ ବରଂ ଏହା ବାହାଘର ବି ଭାଙ୍ଗିଥାଏ । ଏମିତି ଏକ ବିଚିତ୍ର ଘଟଣା ଘଟିଛି ବିହାରର ସାରଣ ଜିଲ୍ଲାରେ । ବଜ୍ରପାତ ଯୋଗୁଁ ନବବଧୂ ବରକୁ ବିବାହ କରିବାକୁ ମନା କରିଦେଇଛି ।

ସୂଚନାଯୋଗ୍ୟ, ବିହାରର ସାରଣ ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଚିତ୍ରସେନପୁର ଗାଁ ରେଣୁକା କୁମାରୀ(ଛଦ୍ମ ନାମ) ବିବାହ ବେଦୀରେ ବରକୁ ବାହା ହେବା ପାଇଁ ମନା କରିଦେଇଥିଲା । ବଜ୍ରପାତ ସମୟରେ ବର ର ବିଚିତ୍ର ବ୍ୟବହାର ଦେଖି ବିବାହ ଭାଙ୍ଗିଦେଇଥିବା ଖବର ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକେଇଛି । ବର ପକ୍ଷରୁ ଆସିଥିବା ଲୋକ ବି ଚକିତ ହୋଇଯାଇଥିଲେ କାହିଁକିନା ବିବାହ ସମ୍ବନ୍ଧୀୟ ଅଧା ରୀତିନୀତି ଆଗରୁ ସରିଯାଇଥିଲା । ଉଭୟ ବରପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ବରପକ୍ଷର କେକେ ଆହତ ହୋଇଥିବାବେଳେ ପୁଲିସ କନ୍ୟା ପକ୍ଷରୁ ୩ ଜଣଙ୍କୁ ଗିରଫ କରିଛି।

ପୁଲିସର କହିବାନୁଯାୟୀ, ବଜ୍ରପାତ ହେବା ସମୟରେ ବର ବିଚିତ୍ର ଆଚରଣ କରିଥିଲେ । ତାଙ୍କର ଏପରି ବ୍ୟବହାର ଦେଖି ନବବଧୂ ସାର୍ବଜିନକ ଭାବେ ବିବାହ କରିବାକୁ ମନା କରିଦେଇଥିଲେ । ପ୍ରଥମ ଥର ଏପରି ଏକ ଘଟଣା ଏହି ରାଜ୍ୟରେ ଘଟିଥିବାର ସୂଚନା ମିଳିଛି ।