କାମନା ନିଆଁରେ ଜଳିଗଲା ରକ୍ତ ସମ୍ପର୍କ ! ମା’କୁ କାନ୍ଦି କାନ୍ଦି ଝିଅ କହିଲା, ମୋ ପେଟରେ ବଢୁଛି ବାପାଙ୍କ ଛୁଆ

193

ଗୁଜୁରାଟ ବଡଦୋରାରେ ପବିତ୍ର ସର୍ମ୍ପକର ହତ୍ୟା ହୋଇଛି । ଏଠାରେ ପାଞ୍ଚ ମାସର ଜଣେ ଗର୍ଭବତୀ ଯୁବତୀ ନିଜ ବାପା ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ ପୋଲିସକୁ କହିଛି ତା’ ପେଟରେ ବଢୁଥିବା ଶିଶୁ ତା’ ର ବାପାର । ଏହି ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି । ବଡଦୋରା ମକରଦାପୁରା ଅଞ୍ଚଳରେ ରହୁଥିବା ୧୯ ବର୍ଷୀୟ ପୀଡିତା କହିଛନ୍ତି ତାଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା, ସେବେଠାରୁ ତା’ର ବାପା ତାକୁ ଦୁଷ୍କର୍ମ କରୁଛନ୍ତି ।

ରାକ୍ଷସ ବାପା ଏନେଇ କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିବା ସୂଚନାରୁ ଜଣାପଡିଛି । କିନ୍ତୁ ଏ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପୀଡିତାଙ୍କ ମା’ ପୁରା ଅଜ୍ଞ ଥିଲେ । ୩ ଦିନ ପୂର୍ବରୁ ହିଁ ଅଭିଯୁକ୍ତ ପିତା ଝିଅ ସହ ଦୁଷ୍କର୍ମ କରିିଥିଲା । ସେହି ସମୟରେ ପୀଡିତା ପେଟରେ କଷ୍ଟ ଅନୁଭବ ହେଉଛି ବୋଲି ପ୍ରକାଶ କରିଥିଲେ । କାମନାର ନିଆଁରେ ଅନ୍ଧ ହୋଇଥିବା ଅଭିଯୁକ୍ତ ବାପା ପୀଡିତାଙ୍କୁ ଡାକ୍ତରଙ୍କ ପାଖକୁ ଯିବା ପାଇଁ କହିଥିଲେ । ପୀଡିତାଙ୍କ ପେଟରେ ଅସହନୀୟ କଷ୍ଟ ହେବାରୁୁ, ସେ ମା ସହ ଡାକ୍ତରଖାନା କଲେ ।

ଡାକ୍ତର ଯାଞ୍ଚ କରିବା ପରେ ତାଙ୍କ ମାକୁ ପୀଡିତା ଗର୍ଭବତୀ ଅଛନ୍ତି ବୋଲି ତାଙ୍କ ମା’କୁ କହିଥିଲେ । ପୀଡିତାଙ୍କ ମା’ ଯେତେବେଳେ ଏକଥା ଜାଣିବାକୁ ପାଇଲେ ସେ ରାଗିକି ଏକଥା ଝିଅକୁ ପଚାରିଲେ । ପୀଡିତା ଜଣକ କାନ୍ଦି କାନ୍ଦି ମା’କୁ କହିଥିଲେ ମୋ ପଟେରେ ବଢୁଛି ବାପାଙ୍କ ଛୁଆ । ଏକଥା ଶୁଣି ପୀଡିତାକୁ ନେଇ ମା’ ପୋଲିସ ଷ୍ଟେସନ ଯାଇ ସ୍ୱାମୀ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛିି ।