ପରଦାକୁ ଆସୁଛି ନୂଆ ବଲିଉଡ ଫିଲ୍ମ “ଗର୍ଲ ପାୱାର’

30

ବଲିଉଡରେ ଜଣାଶୁଣା ବନ୍ଧୁ ଫରହା ଖାନ ଓ ଶାହାରୁଖ ଖାନଙ୍କ ଯୋଡିରେ ପ୍ରସ୍ତୁତ ହେବ ନୂଆ ବଲିଉଡ ଫିଲ୍ମ “ଗର୍ଲ ପାୱାର’ । ୱମେନ ଓରିଏଟେଂଡ ମୁଭି ପାଇଁ ୨ଜଣ ନୂଆ ଷ୍ଟାରଙ୍କୁ ସ୍ଥାନ ଦିଆଯିବ । ଶାହରୁଖଙ୍କ ପ୍ରଯୋଜନା ଓ ଫରହାଙ୍କ ନିର୍ଦେଶନାରେ ପ୍ରସ୍ତୁତହେବ ଗର୍ଲ ପାୱାର । ତେବେ ଶାହାରୁଖ ନିଜ ରନିଂ ପ୍ରୋଜେକ୍ଟ ଦ ରିଙ୍ଗର ସୁଟିଂ ଶେଷ ପରେ ଗର୍ଲ ପାୱାର ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ଫରହା ଖାନ । ପୂର୍ବରୁ ଶାହାରୁଖ ଓ ଫରହାଙ୍କ ନିର୍ମିତ ହାପି ନ୍ୟୁ ଇୟର ବକ୍ସ ଅଫିସରେ ବିଶେଷ କମାଲ କରିପାରିନି । ତେଣୁ ଗର୍ଲ ପାୱାରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଉଭୟ ଫରହା ଓ କିଙ୍ଗ ଖାନ୍ ।