ରଥ ନିକଟରେ ବି ଛାଡିଲେନି । ଭିଡର ଫାଇଦା ନେଇ ଯୁବତୀଙ୍କ ଶରୀରକୁ ଛୁଇଁବାକୁ ପଛାଇଲେ ନାହିଁ ଯୁବକ , ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

65

କନକ ବ୍ୟୁରୋ : ବାରିପଦା ରଥଯାତ୍ରା ବେଳେ ଦେଖିବାକୁ ମିଳିଛି ଅତ୍ୟନ୍ତ ଅମାନବୀୟ ଘଟଣା । ଲୋକଙ୍କ ଭିଡ ଭିତରେ ଦର୍ଶନ କରିବାକୁ ଆସିଥିବା ଯୁବତୀମାନଙ୍କୁ ମିଳିତ ଭାବରେ ଅସଦାଚରଣ କରାଯାଉଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ କରାଯାଇଛି । ଅନୁମାନ କରାଯାଉଛି ଜୁଲାଇ ୧୬ ତାରିଖରେ ରଥ ମେଳା ଲାଗିଥିବା୍ ବେଳେ ଭିଡର ସୁଯୋଗ ନେଇ କିଛି ଯୁବକ ଅସଦାଚରଣ କରୁଛନ୍ତି । ଯୁବତୀମାନେ ଏଭଳି ଏକ ଅସୁବିଧାରେ ପଡି ଭିଡରୁ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ଲମ୍ଫଟ ଯୁବକ ସେମାନଙ୍କ ଶରୀରକୁ ଛୁଇଁବା ପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି । ଜାଣିଶୁଣି ସେହି ଲମ୍ଫଟ ଯୁବକମାନେ ଯୁବତୀମାନଙ୍କୁ ଘେରି ଏଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । ଅତି ଅସହାୟ ଅବସ୍ଥାରେ ଝିଅମାନେ ଇଜ୍ଜତ ବଂଚାଇ ସେଠାରୁ ଖସିବାରେ ସଫଳ ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ ଏନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବାରିପଦାରେ ୧୫ତାରିଖ ଦିନ ଦେବୀ ସୁଭଦ୍ରାଙ୍କ ରଥ ଟଣା ପରେ ପର ଦିନ ମେଳା ସମୟରେ ଏହି ଘଟଣା ଘଟିଛି । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଯୁବକମାନେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ପୂର୍ବରୁ ଯୁବକମାନେ ଯୋଜନା କରି ମେଳାରେ ଏପରି କାଣ୍ଡ ଘଟାଇବା ପାଇଁ ଏକାଠି ହୋଇଥିବା ପରି ମନେହେଉଛି । ଏବଂ ଭିଡର ସୁଯୋଗ ନେଇ ଝିଅମାନଙ୍କୁ ଅସଦାଚରଣ କରିଛନ୍ତି । ଯେଉଁଠି ନାରୀ ମାନଙ୍କୁ ସମ୍ମାନ ଦେବାକୁ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନଙ୍କ ଦ୍ୱାରା ଟଣାଯାଇଥାଏ ସେଠାରେ ଯୁବତୀ ମାନଙ୍କ ପ୍ରତି ଏଭଳି ଅଶୋଭନୀୟ ବାସ୍ତବରେ ସଭ୍ୟ ସମାଜର ମୁଣ୍ଡକୁ ତଳକୁ ନୁଆଁଇ ଦେଇଛି ।