କଟକ ସୁଦସାଇଲୋରୁ ନିଖୋଜ ଥିବା ନାବାଳିକାଙ୍କ ମିଳିଲା ସୁରାକ୍ : ବଳାତ୍କାର ପରେ ହତ୍ୟା କରି ମୃତଦେହକୁ ପୋତିଥିବା ସୂଚନା

31

କନକ ବ୍ୟୁରୋ : କଟକ ସୁଦସାଇଲୋରୁ ନିଖୋଜ ଥିବା ନାବାଳିକାଙ୍କ ମିଳିଲା ସୁରାକ୍ । ନାବାଳିକାକୁ ବଳାକ୍ରାର ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ୩ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ପୋଲିସ ହାତରେ ଏହି ସୁରାକ୍ ଲାଗିଛି । କୁଣ୍ଡାଗାଁରେ ନାବାଳିକାକୁ ପୋତି ଦେଇଥିବା ଅଭିଯୁକ୍ତ ପୋଲିସକୁ ସୂଚନା ଦେଇଛି । ଅଭିଯୁକ୍ତର ବୟାନ ଆଧାରରେ ଏସପିଙ୍କ ଉପସ୍ଥିତିରେ ମାଟିତଳୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯିବ । ପୋଲିସ ଓ ସାଇଂଟିଫିକ୍ ଟିମ୍ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ କରାଯିବ । ଫେବୃଆରୀ ୧୧ ତାରିଖରୁ ନାବାଳିକା ଜଣକ ନିଖୋଜ ହୋଇଥିଲେ ।