ଭିଡ ଭିତରେ ଏକଲା ଝିଅର ଇଜ୍ଜତ ସହ ଖେଳ ! ବାରିପଦା ରଥଯାତ୍ରା ସମୟରେ ରଥ ନିକଟରେ ଯୁବତୀଙ୍କୁ ଘେରିଗଲେ ଲମ୍ପଟ ଯୁବକ ।

37

କନକ ବ୍ୟୁରୋ : ବାରିପଦା ରଥଯାତ୍ରା ବେଳେ ଏକ ଅମାନବୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଭିଡ ଭିତରେ ଯୁବତୀଙ୍କୁ କରାଯାଇଛି ଅସଦାଚରଣ । ରଥଯାତ୍ରା ମେଳା ଭିତରେ ଭିଡର ସୁଯୋଗ ନେଇ କିଛି ଯୁବକ, ଯୁବତୀଙ୍କୁ ଘେରି ଅସଦାଚରଣ କରିଛନ୍ତି ।

ଭିଡ ଭିତରେ ଯୁବତୀଙ୍କ ଇଜ୍ଜତ ସହ ଖେଳ । ରଥ ସାମ୍ନାରେ ଯୁବତୀଙ୍କୁ ଘେରି ଅସଦାଚରଣ କରୁଛନ୍ତି କିଛି ଯୁବକ । ଭିଡ ଭିତରେ ଅସହାୟ ହୋଇପଡିଥିବା ଯୁବତୀ, ବାହାରିବାକୁ ଚେଷ୍ଟା କରୁଛନ୍ତି, ହେଲେ ଅସାମାଜିକ ଯୁବକ ମାନେ ତାଙ୍କୁ ଘେରିଯାଇଛନ୍ତି । ବାରମ୍ବାର ଛୁଇଁବାକୁ ଚେଷ୍ଟା କରୁଛନ୍ତି । ଦିନ ଦିପହରେ ସମସ୍ତଙ୍କ ସାମ୍ନାରେ ଘଟୁଛି ଏଭଳି ଅଭଦ୍ରାମୀ ।

ଜୁଲାଇ ୧୬ ତାରିଖ, ବାରିପଦା ମାଉସୀ ମାଆ ମନ୍ଦିର ନିକଟରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିବା ପରେ ସେଠାରେ ମେଳା ଲାଗିଥିଲା । ଆଉ ମେଳା ଭିଡ ଭିତରେ ଯୁବତୀଙ୍କ ପ୍ରତି ଏଭଳି ଅସଦାଚରଣ ହୋଇଥିବା ଜଣାପଡିଛି । ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ପରେ ଭିଡିଓରେ ଯୁବତୀଙ୍କ ସହ ଅସଦାଚରଣ କରିଥିବା ୩ ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଖୋଜାଚାଲିଥିବା ଜଣାପଡିଛି ।