ପାଠ ପଢିବା ପାଇଁ ବାଜିରେ ଲଗାଇଲେ କୁମାରୀତ୍ୱ ! ପଢନ୍ତୁ ଜଣେ ଯୁବତୀଙ୍କ ହୃଦୟସ୍ପର୍ଶୀ କାହାଣୀ

49

ନିଜ କୁମାରୀତ୍ୱ ନିଲାମ୍ କରିବେ ଯୁବତୀ । ଆଉ ଏଥିପାଇଁ ଲୋଡିଛନ୍ତି ଏକ ଏଜେନ୍ସିର ସହାୟତା । ତେବେ କୁମାରୀତ୍ୱ ନିଲାମ କରିବା ପରେ ଯାହା ଟଙ୍କା ପାଇବେ ସେଥିରୁ ୨୦ ପ୍ରତିଶତ ନେବ ଉକ୍ତ ଏଜେନ୍ସି । ଘଟଣାଟି ହେଉଛି ଅଷ୍ଟ୍ରେଲିଆର । ଯୁବତୀ ଜଣକ ହେଉଛି ୧୮ବର୍ଷୀୟା କିମ୍ । ହେଲେ କାହିଁକି ନିଜ କୁାମରୀତ୍ୱ ନିଲାମ କରୁଛନ୍ତି କିମ୍ । ଏହି ପ୍ରଶ୍ନର ଉତ୍ତର ନିଶ୍ଚୟ ଭାବରେ ଆପଣଙ୍କୁ ବିଚଳିତ କରିବ ।

ସୂଚନା ଅନୁସାରେ, କିମ୍ ପାଠ ପଢ଼ିବାକୁ ଚାହାନ୍ତି, ହେଲେ ନିଜର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ତାଙ୍କ ପାଖରେ ନାହିଁ ସମ୍ବଳ । କେବଳ ପାଠପଢ଼ା ନୁହେଁ ନିଜର ଏକ ଘର ଓ କାର୍‌ କିଣିବାକୁ ବି ଆଶା ରଖିଛନ୍ତି କିମ୍ । ତେବେ ନିଜର ଏହି ଆଶାକୁ ସାକାର କରିବା ପାଇଁ ବିଭିନ୍ନ ରୋଜଗାରର ପନ୍ଥା ମଧ୍ୟ ଆପଣାଇଛନ୍ତି । କିନ୍ତୁ ସବୁ ସ୍ଥାନରୁ ନିରାଶ ହୋଇ ଫେରିବା ପରେ ନିଜର କୁମାରୀତ୍ୱକୁ ନିଲାମ୍ କରିବାର ନିଷ୍ପତି ନେଲେ ।

ଶେଷରେ ସେ ଏସ୍‌କର୍ଟ ଏଜେନ୍ସିଙ୍କ ସହିତ ସମ୍ପର୍କ କରି ନିଜର କୁମାରୀତ୍ୱକୁ ନିଲାମ କରିବାର ପ୍ରସ୍ତାବ ରଖିଥିଲେ। ଏଜେନ୍ସି ମଧ୍ୟ କିମ୍‌ଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ । କିମ୍‌ଙ୍କ କୁମାରୀତ୍ୱ ପରୀକ୍ଷା କରିବା ପରେ ସେ ଏହାର ନିଲାମ କରିବା ପ୍ରକ୍ରିୟା ଏବେ ଆରମ୍ଭ କରିଛନ୍ତି । ତେବେ ଶୁଣିବାକୁ ମିଳିଛି ନିଲାମର ପ୍ରାରମ୍ଭିକ ମୂଲ୍ୟ ରହିଛି ୮୬,୬୪୦ ପାଉଣ୍ଡ  ।