ଘରେ ରଖିଥିଲେ ଏସିଡ୍ : ପାଣି ଭାବି ଏସିଡ୍ ପିଇଦେଲେ ଯୁବତୀ, ତା’ପରେ…

ଯୁବତୀ ତରବରିଆ ଭାବେ ପାଣି ଭାବି ନିଜ ରୁମରେ ଥିବା ଏସିଡ୍ ପିଇ ଦେଲା।

330

ଘରେ ଏସିଡ୍ ରଖିବା କେତେ ଘାତକ ହୋଇପାରେ, ତାହା ଏବେ ଜଣାପଡ଼ିଛି। ନିଉ ଉସମାନପୁର ଅଞ୍ଚଳରେ ଘଟିଛି ଏକ ଅଘଟଣ। ସେଠାରେ ଜଣେ ଯୁବତୀ ତରବରିଆ ଭାବେ ପାଣି ଭାବି ନିଜ ରୁମରେ ଥିବା ଏସିଡ୍ ପିଇ ଦେଲା। ଏହି ଯୁବତୀର ନାଆଁ ହେଲା ପୁଷ୍ପା। ତା’ର ବୟସ ହେଲା ୧୮ ବର୍ଷ। ଏ କଥା ଜାଣିବା ପରେ ପରିବାର ଲୋକେ ପୁଷ୍ପାକୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଚିକିତ୍ସା ଚାଲିଥିବାବେଳେ ପୁଷ୍ପାର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଶବ ବ୍ୟବଚ୍ଛଦ ପରେ ପୁଲିସ ଶବକୁ ପରିବାରକୁ ହସ୍ତାନ୍ତର କରିଛନ୍ତି। ନିଉ ଉସମାନପୁର ଥାନାର ଅଧିକାରୀଙ୍କ ସୂଚନା ଅନୁଯାୟୀ ଯୁବତୀ ଜାଣିଶୁଣି ଏସିଡ୍ ପିଇ ନଥିଲା। ପୁଷ୍ପାର ପରିବାର ବ୍ରହ୍ମପୁରୀରେ ରହନ୍ତି। ତାର ବାପା ପୁରନ ଲାଲ୍, ମାଆ,ଦୁଇ ଭାଇ ଓ ଛଅ ଭଉଣୀ। ସେଠାରେ ତା’ର ବାପା ଛୋଟମୋଟ କାମ କରି ପରିବାରର ଭରଣପୋଷଣ କରନ୍ତି। ଘର ଲୋକଙ୍କ କହିବା ଅନୁଯାୟୀ ଟଏଲେଟ୍ ସଫା କରିବା ଲାଗି ଏସିଡ୍ ରଖାଯାଇଥିଲା। ଏହା ଜାଣି ନଥିଲା ପୁଷ୍ପା। ଏଣୁ ଅଜାଣତରେ ଏସିଡକୁ ପାଣି ଭାବି ପିଇ ଭାବି ପିଇଦେଇଥିଲା।