ମିଳିମିଳା ଟୀକା ନେଇ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ! ଡାକ୍ତର କହିଲେ ସମ୍ପୂର୍ଣ୍ଣ ସୁରକ୍ଷିତ ମିଳିମିଳା ଟୀକା

43

କନକ ବ୍ୟୁରୋ : ମିଳିମିଳା ଟିକା ନେଇ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଝାରସୁଗୁଡା ଲଖନପୁର ବ୍ଲକ ବଂଜାରି ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅଂଜୁ କିଶାନ ଗତ ଜାନୁଆରୀ ୨୯ ତାରିଖ ଦିନ ନିଜ ସ୍କୁଲରେ ମିଳିମିଳା ଟିକା ନେଇଥିଲେ । ଏହା ପରଠାରୁ ସେ ଅସୁସ୍ଥ ହୋଇପଡିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଛାତ୍ରୀଙ୍କ ପରିବାର ଲୋକେ ଟୀକା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏହି ଅଭିଯୋଗ ନେଇ ଲଖନପୁର ମେଡିକାଲ ଅଫିସରଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ଏହା ସହ ଏହି ମୃତ୍ୟୁ ଟିକା ଯୋଗୁଁ ନୁହେଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କୁହାଯାଇଛି ।