ସହପାଠୀଙ୍କ ବୋତଲରୁ ପାଣି ପିଇ ବାନ୍ତି କରିବାକୁ ଲାଗିଲେ ଛାତ୍ରୀ, ହସପିଟାଲରେ ହୋଇଗଲା ମୃତ୍ୟୁ

293

ଦେଶର ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଲିସର ସୂଚନା ମୁତାବକ, ଦିଲ୍ଲୀର ଏକ ପ୍ରାଇଭେଟ୍ ସ୍କୁଲରେ ପଂଚମ ଶ୍ରେଣୀରେ ପଢ଼ୁଥିବା ୧୧ବର୍ଷୀୟା ଛାତ୍ରୀର ନିଜ ସାଙ୍ଗ ବୋତଲରୁ ପାଣି ପିଇବା ପରେ ମୃତ୍ୟୁ ହୋଇଯାଇଛି । ପୁଲିସର କହିବାନୁସାରେ, ପାଣି ବୋତଲରେ କିଛି ଏସିଡ୍ ଭଳି ପଦାର୍ଥ ଥିବ, ଯାହାକୁ ପିଇବା ପରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।

ସୂଚନାଯୋଗ୍ୟ, ନିଜ ସାଙ୍ଗର ପାଣି ବୋତଲରୁ ପାଣି ପିଇବା ପରେ ଛାତ୍ରୀ ଜଣକ କ୍ଲାସରୁମରେ ବାନ୍ତି କରିଥିଲେ । ଏହାପରେ ତାଙ୍କୁ ହସପିଟାଲ ନିଆଯାଇଥିଲା, ଯେଉଁଠି ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଗଲା । ଏହି ଘଟଣା ନର୍ଥ ଦିଲ୍ଲୀର ହର୍ଷ ବିହାର ଅଂଚଳରେ ସ୍ଥିତ ସ୍କୁଲର । ସୂତ୍ର ଅନୁସାରେ, ଛାତ୍ରୀ ଜଣକ କୌଣସି ଜ୍ୱଳନକାରୀ ପଦାର୍ଥର ସେବନ କରିଥାଇପାରନ୍ତି । ଏକ ଫରେନସିକ୍ ଟିମ୍ ଦେଖିବାକୁ ପାଇଲେ କି, ଯେଉଁ ସ୍ଥାନରେ ଛାତ୍ରୀ ବାନ୍ତି କରିଥିଲେ, ସେହି ସ୍ଥାନର ରଙ୍ଗ ବଦଳିଯାଇଥିଲା । ଏହି କାରଣରୁ ପୁଲିସର ସନ୍ଦେହ ହେଉଛି କି ଛାତ୍ରୀ ଏସିଡ୍ ପିଇଥାଇପାରନ୍ତି ।