ଆଇସକ୍ରିମ ଖାଇ ଚାଲିଗଲା ୯ ବର୍ଷର ଝିଅର ଜୀବନ ! ପରିବାର ଲୋକ ଆଣିଲେ ଏଭଳି ଅଭିଯୋଗ..

317

ଏଭଳି ଅଭାବନୀୟ ଘଟଣା ଘଟିଛି ସ୍ପେନରେ । ଇଲଣ୍ଡରେ ରହୁଥିବା ଏକ ୯ ବର୍ଷର ଝିଅ ନିଜ ପରିବାର ଲୋକଙ୍କ ସହ ଛୁଟି ମନେଇବା ପାଇଁ ସ୍ପେନ ଆସିଥିଲା ଏବଂ ସେଠାରେ ତାର ଆକସ୍ମିକ ଭାବରେ ମୃତ୍ୟୁ ଘଟିଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ରହିଛି କି, ପିଲାଟି ଆଇସକ୍ରିମ ଖାଇବାରୁ ତାର ଦେହ ହଠାତ୍ ବିଗିଡି ଯାଇଥିଲା ଆଉ ମେଡିକାଲରେ ଭର୍ତି କରୁ କରୁ ହିଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ଝିଅଟିର ବାଦାମରେ ଆଲର୍ଜି ରହି ଥିଲା ଆଉ ସେ ଖାଇଥିବା ଆଇସକ୍ରିମରେ ବାଦାମର ଅଂଶ ଥିଲା, କିନ୍ତୁ ତାକୁ କୁହାଯାଇଥିଲା କି ଆଇସକ୍ରିମରେ ବାଦାମ ନାହିଁ ।

୯ ବର୍ଷିୟ ହବିବା ଚିସ୍ତିକୁ ବାଦାମରେ ଆଲର୍ଜି ଥିଲା । ଯେଉଁଥିପାଇଁ ତାଙ୍କର ବାପାମାଆ ଏହାକୁ ନେଇ ବହୁତ ସତର୍କତା ଅବଲମ୍ବନ କରୁଥିଲେ । ଛୁଟି ମନେଇବା ପାଇଁ ହବିବା ନିଜ ପରିବାର ସହ ସ୍ପେନର କୋଷ୍ଟା ଡେଲ ସୋଲ ନାମକ ଜାଗାକୁ ଯାଇଥିଲା । ସେଠାରେ ସେ ଆଇସକ୍ରିମ୍ ଖାଇବାର ମାତ୍ର କିଛି ସମୟ ପରେ ହିଁ ଅସୁସ୍ଥ ହୋଇପଡିଥିଲା । ହବିବା ସହିତ ତାଙ୍କର ବାପା ମାଆ ଏବଂ ଦୁଇ ଭାଇ-ଭଉଣୀ ମଧ୍ୟ ଏହି ଟ୍ରିପରେ ଯାଇଥିଲେ । ଏକ ସ୍ଥାନୀୟ ଦୋକାନରୁ ସେମାନେ ଆଇସକ୍ରିମ କିଣିଥିଲେ ଏବଂ ହୋଟେଲକୁ ଫେରିଆସିଥିଲେ । ଏହାପରେ ହବିବା ହଠାତ୍ ଅସୁସ୍ଥ ହୋଇପଡିଥିଲା । ଯାହାଦ୍ୱାରା ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଉଲ୍ଲେଖ ଥାଉ କି, ଗତ ବର୍ଷ ମଧ୍ୟ ଏଭଳି ହିଁ ଏକ ମାମଲା ସାମନାକୁ ଆସିଥିଲା । ଯେତେବେଳେ ଫ୍ଲାଇଟରେ ସାଣ୍ଡଓି୍ୱଚ ଖାଇବା ଦ୍ୱାରା ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ମହିଳା ଜଣକ ଏୟାରପୋର୍ଟରେ ଥିବା ଏକ ଦୋକାନରୁ ସାଣ୍ଡୱିଚ୍ କିଣିଥିଲେ । ଏହାପରେ ଆଲର୍ଜି ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଫ୍ଲାଇଟ ଭିତରେ ତାଙ୍କ ଦେହ ସାରା ଲାଲ ରଙ୍ଗର ଚିହ୍ନ ମାଡି ଯାଇଥିଲା ଆଉ ଏହି ସମୟରେ ହିଁ ସେ ଜାଣିପାରିଥିଲେ କି ସେ କିଛି ଭୁଲ ଖାଦ୍ୟ ଖାଇଦେଇଛନ୍ତି ବୋଲି ।