ଭଦ୍ରକ : ପ୍ରେମିକର ପ୍ରତାରଣା ନେଲା ଛାତ୍ରୀର ଜୀବନ

37

ଭଦ୍ରକ : ପ୍ରେମିକର ପ୍ରତାରଣା ପାଇଁ ବିଷ ପିଇ ଆତ୍ମହତ୍ୟା କଲେ ଜଣେ କଲେଜ୍ ଛାତ୍ରୀ । ହେଲେ ମୃତ୍ୟୁ ପୂର୍ବରୁ ଦେଇଗଲେ ମୃତ୍ୟୁକାଳୀନ ଜମାନବନ୍ଦୀ । କେମିତି ତାଙ୍କ ସହ ପ୍ରତାରଣା କରିଛି ପ୍ରେମିକ । ପ୍ରେମିକ ପାଇଁ ପିଇଦେଇଛନ୍ତି ବିଷ । ହେଲେ ବିଷଠୁ ଅଧିକ ଯନ୍ତ୍ରଣା ଦେଇଛି ପ୍ରେମିକର ବିଶ୍ୱାସଘାତକତା ।

ପ୍ରେମ ସୁନ୍ଦର ଆଉ ଶାସ୍ୱତ । କିଛି ବନ୍ଧବାଡ ମାନେନି । ଜାତି-ଅଜାତି, ଧନି-ଗରିବ, କଳା-ଧଳା , ପ୍ରେମ ଆଗରେ ସବୁ ତୁଚ୍ଛ । ସେଥିପାଇଁ ଦିନେ ଘର ଏରୁଣ୍ଡି ଡେଇଁ ପ୍ରେମିକ ସାଙ୍ଗେ ଚାଲିଯାଇଥିଲେ ଦିଲ୍ଲୀ । ଭାବିଥିଲେ ଆଉ ଫେରିବେନି । ହେଲେ ଧୋକାଦେଲା ପ୍ରେମିକ । ପ୍ରେମରେ ସାତ ସପନ ଦେଖାଇ ପ୍ରେମିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ଆଉ ବିବାହ ବେଳକୁ ମୁହଁ ମୋଡିନେଲା । କାହିଁକିନା ପଛରେ ରହିଛି ସରପଂଚ ପରିବାର । ଯେଉଁଥିପାଇଁ ପୀଡିତାଙ୍କ ଅଭିଯୋଗ ପରେ ବି ଚୁପ୍ ରହିଥିଲା ପୋଲିସ ।

ଏପଟେ ପିପିଲି କଣାସରୁ ମିଳିଛି ଏକ କଙ୍କାଳ । ସନ୍ଦେହ କରାଯାଉଛି, ଏହା ଜଣେ କଲେଜ ଛାତ୍ରୀଙ୍କ କଙ୍କାଳ । କାହିଁକିନା କଙ୍କାଳ ପାଖରୁ ମିଳିଛି ଜଣେ କଲେଜ ଛାତ୍ରୀଙ୍କ ପରିଚୟ ପତ୍ର, ଡ୍ରେସ୍, ପେନ୍ ଓ ସ୍କେଲ୍ । ତେବେ ପୋଲିସର ସନ୍ଦେହ ଆଖି ଲାଖିଯାଇଛି ସିନ୍ଦୁର ଫରୁଆରେ । ବିବାହର ପ୍ରଲୋଭନ ଦେଖାଇ ଛାତ୍ରୀ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।