୧୦ ବର୍ଷ ପୂର୍ବରୁ ହୋଇଥିଲା ବାଲ୍ୟ ବିବାହ, ୧୪ ମାସର ଲଢ଼େଇ ପରେ ଏବେ ନିଜ ପସନ୍ଦରେ କଲେ ବିବାହ

୧୮ ବର୍ଷୀୟ ଶଶିଙ୍କ ୮ ବର୍ଷ ପୂର୍ବରୁ ବିବାହ କରିଦିଆଯାଇଥିଲା ।

96

ବାଲ୍ୟ ବିବାହ ବିରୁଦ୍ଧରେ ଆଇନଗତ ଲଢ଼େଇ ଲଢ଼ି ନିଜ ପସନ୍ଦ ମୁତାବକ ବିବାହ କରିଥିବା ପାନିପତର ଝିଅ ଏବେ ଚର୍ଚ୍ଚାରେ । ଘଟଣାଟି ଏମିତି । ୧୮ ବର୍ଷୀୟ ଶଶିଙ୍କ ୮ ବର୍ଷ ପୂର୍ବରୁ ବିବାହ କରିଦିଆଯାଇଥିଲା । ପାଖାପାଖି ଦେଢ଼ ବର୍ଷ ପୂର୍ବରୁ ଯେତେବେଳେ ଶ୍ୱଶୁର ଘର ଲୋକେ ନେବା ପାଇଁ ଆସିଲେ, ସେ ଯିବା ପାଇଁ ମନା କରିଦେଲେ । ଏହାପରେ ମାମଲା କୋର୍ଟକୁ ଗଲା । ଆଇନଗତ ଲଢ଼େଇ ଲଢ଼ିଲେ ଏବଂ ନିଜ ପସନ୍ଦର ପୁଅକୁ ବାହା ହେଲେ । ଏହି ସମୟରେ ଶଶିଙ୍କ ପୁରା ପରିବାର ତାଙ୍କ ସହିତ ଥିଲେ ।

ବର୍ଷ ୨୦୦୮ରେ ପରିବାର ଲୋକ ଏଥିପାଇଁ ଶଶିଙ୍କ ବିବାହ କରାଇଦେଇଥିଲେ କାହିଁକିନା ଘରେ ତାଙ୍କ ଦାଦାଙ୍କ ବିବାହ ପ୍ରସ୍ତାବ ଠିକ୍ ହେଉନଥିଲା । ଏଥିପାଇଁ ଗୋଟିଏ ରାସ୍ତା ବାଛିଲେ ଓ ଦାଦାଙ୍କ ସହ ବିବାହ ପାଇଁ ଠିକ୍ ହୋଇଥିବା ଝିଅର ଭାଇ ସହ ଶଶିର ବିବାହ ଠିକ୍ କରାଯାଇଥିଲା । ସେତେବେଳେ ଶଶିଙ୍କ ବୟସ ମାତ୍ର ୮ ବର୍ଷ ଥିଲା ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୧୭ରେ ତାଙ୍କ ପିତାଙ୍କ ସହ ଯାଇ ମହିଳା ସଂରକ୍ଷଣ ଏବଂ ବାଲ୍ୟ ବିବାହରେ ଅଭିଯୋଗ କରିଥିଲେ । ମେ ୨୦୧୭ରେ କୋର୍ଟରେ ବିବାହକୁ ଅମାନ୍ୟ କରିବା ପାଇଁ ମାମଲା ରୁଜୁ କରାଗଲା । ୧୪ ମାସର ଲଢ଼େଇ ପରେ ୧୬ ଜୁଲାଇ ୨୦୧୮ରେ କୋର୍ଟ ବାଲ୍ୟ ବିବାହକୁ ଅମାନ୍ୟ ଘୋଷଣା କରି ରଦ୍ଦ କଲେ । ଏହି ସମୟରେ ତାଙ୍କ ଉପରେ ବହୁତ ଚାପ ଥିଲା । ତାଙ୍କ ଖୁଡୀଙ୍କୁ ତାଙ୍କ ମା’ବାପା ଘରକୁ ନେଇଗଲେ ଓ ସର୍ତ୍ତ ରଖିଲେ କି ସେ ଯେପର୍ଯ୍ୟନ୍ତ ନଯାଇଛନ୍ତି ତାଙ୍କ ଖୁଡୀ ଶାଶୁ ଘରକୁ ଆସିବେନି । ତାଙ୍କୁ ଶ୍ୱଶୁର ଘର ପଠାଇବା ପାଇଁ ପଂଚାୟତ ବସିଲା । ପଂଚାୟତର କଥା ନମାନିବାରୁ ତାଙ୍କ ପରିବାରକୁ ସମାଜରୁ ବାସନ୍ଦ କରାଗଲ । । ଜମି ବି ହଡ଼ପ କରିନେଲେ ।