ପ୍ରେମିକାଙ୍କୁ ବିବାହ କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କରି ଯୁବତୀରୁ ବନିଲେ ଯୁବକ, ତା’ପରେ ହେଲା ଏମିତି…

747

ପ୍ରଥମେ ସହକର୍ମୀରୁ ବନ୍ଧୁ,ପରେ ଭଲ ପାଇବା ଏବଂ ଶାରୀରିକ ସଂପର୍କ ରଖିବା ପରେ ବିବାହ କରିବା ପାଇଁ କେରଳର ଜଣେ ଯୁବତୀ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । କିନ୍ତୁ ମହିଳାରୁ ପୁରୁଷ ହେବା ପରେ ତାଙ୍କର ମହିଳା ସହକର୍ମୀ ତାଙ୍କୁ ଧୋକା ଦେଇଥିଲେ । ଏବେ ପୀଡ଼ିତ ଦୀପୁ ଆର ଦର୍ଶନ ଏ ନେଇ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏକ ଘରୋଇ କମ୍ପାନୀରେ ଦୀପୁଙ୍କ ସହ କାମ କରୁଥିଲେ ସପନା । ଦୀପୁଙ୍କ ଚେହେରା ଦେଖି ତୁମେ ପୁଅ ହୋଇଥିଲେ, ମୁଁ ତୁମକୁ ବିବାହ କରିଥାନ୍ତି ବୋଲି କହୁଥିଲେ ସପନା । ଏହା ଶୁଣି ଏଇଟା ତ ଆର ଜନ୍ମରେ ସମ୍ଭବ ବୋଲି କହୁଥିଲେ ଦୀପୁ । ପ୍ରଥମେ ଦୀପୁ ଏହାକୁ ଥଟ୍ଟାରେ ନେଉଥିବା ବେଳେ ସେ ଏ ନେଇ ଗମ୍ଭୀର ହେବାକୁ ଲାଗିଥିଲେ । ଧିରେ ଧିରେ ସପ୍ନା ଦୀପୁଙ୍କୁ ନିଜ ସ୍ୱାମୀ ଭାବରେ ଦେଖିବା ଆରମ୍ଭ କରିଥିଲେ । ଦୁହେଁ ସ୍ୱାମୀ-ସ୍ତ୍ରୀର ସଂପର୍କରେ ବାନ୍ଧି ହୋଇ ଚାଲିଥିଲେ । ପରେ ସପ୍ନା ଦୀପୁଙ୍କୁ ଲିଙ୍ଗ ପରିବର୍ତ୍ତନ କରିବା କଥା କହିବା ପରେ ସେ ଅକ୍ଟୋବର ୨୫ରେ ଲିଙ୍ଗ ପରିବର୍ତ୍ତନ କରି ଅର୍ଚ୍ଚନାରୁ ଦୀପୁ ବନି ଯାଇଥିଲେ । କିନ୍ତୁ ସର୍ଜରୀ କରି ଘରକୁ ଫେରିବା ପରେ ସପନା ଘରୁ ଚାଲିଯାଇଥିଲେ । ଏହା ସହ ପରେ ସେ ଦୀପୁଙ୍କ କୌଣସି ମେସେଜ୍ ଏବଂ ଫୋନ କଲର ଜବାବ ଦେଇ ନଥିଲେ ।

ଯାହା ପରେ ଦୀପୁ ପୁଲିସରେ ସପନାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ସପନା ଧୋକା ଦେଇଥିବା ଅଭିଯୋଗ କରି ଦୀପୁ ସପନାଙ୍କୁ ଖୋଜିବା ପାଇଁ କହିଥିଲେ । କିନ୍ତୁ ପୁଲିସ ମାମଲା ରୁଜୁ କରିବା ପରିବର୍ତ୍ତେ ଏହି ମାମଲାର ସମାଧାନ ଦୁଇ ଜଣଙ୍କ ପରିବାର ମିଶି କରନ୍ତୁ ବୋଲି କହିଥିବା ଜଣାପଡ଼ିଛି ।