ପ୍ରେମିକାକୁ ଅପହରଣ ପରେ ନିର୍ଯ୍ୟାତନା ଓ ଦୁଷ୍କର୍ମ ଅଭିଯୋଗ

22

ମାଲକାନଗିରି : ୪ ବର୍ଷର ସଂପର୍କ ପରେ ପ୍ରେମିକାକୁ ଧୋକା । ପରେ ଅପହରଣ, ଶାରିରୀକ ନିର୍ଯ୍ୟାତନା ଓ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଖବର ପାଇ ଯୁବତୀଙ୍କୁ ମାଲକାନଗିରି ପୋଲିସ ଏକ ବନ୍ଦ କୋଠରି ଭିତରୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ପୀଡିତାଙ୍କ ପରିବାର ଲୋକଙ୍କୁ ମୋଟା ଅଙ୍କ ଦେଇ ମାମଲା ରଫା ଦଫା କରିବା ଲାଗି ଅଭିଯୁକ୍ତର ପରିବାର ଲୋକେ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୁକ୍ତକୁ ବାହା ହେବେ ବୋଲି ଅଡି ବସିଛନ୍ତି ପୀଡିତା ଯୁବତୀ । ଦେଖନ୍ତୁ ଏହି ଭିଡିଓ :