ପ୍ରେମ ପାଇଁ ଝିଅ ନେଲା ମା’ର ଜୀବନ ! ରାଉରକେଲା ମର୍ଡର ମିଷ୍ଟ୍ରିର ହେଲା ପର୍ଦ୍ଦାଫାସ

29

କନକ ବ୍ୟୁରୋ : ପ୍ରେମ ପାଇଁ ପ୍ରେମିକ ସହ ମିଶି ମାଆକୁ ହତ୍ୟା କଲା ଝିଅ । ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଥିଲା ରାଉରକେଲା ସେକ୍ଟର ୭ ଅଂଚଳରେ । ପ୍ରାୟ ମାସକ ତଳେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରି ଏପରି ରୋଚକ ତଥ୍ୟା ସାମ୍ନାକୁ ଆଣିଛି ରାଉରକେଲା ପୋଲିସ । ଅଭିଯୁକ୍ତ ପ୍ରେମିକ ଓ ଅଭିଯୁକ୍ତ ଝିଅକୁ ପୋଲିସ ଗିରଫ କରିଛି ।

ପୁରା ଘଟଣା ଏହିପରି, ମାଆକୁ ହତ୍ୟା କରିବା ପରେ ଝିଅ ପ୍ରଚାର କରିଥିଲା ମାଆ ଆତ୍ମହତ୍ୟା କରିଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଝିଅ ଉପରେ ସନ୍ଦେହ ହେବାରୁ ପୋଲିସ ଅଧିକ ଖୋଳତାଡି କରି ଜାଣିପାରିଛି, ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୁପ ଦେବାକୁ ଉଦ୍ୟମ କରାଯାଇଥିଲା ।

ପୋଲିସର ପଚରା ଉଚରା ସମୟରେ ଝିଅ ସବୁ ସତ ମାନିଯିବା ପରେ ପ୍ରେମକୁ ନେଇ ଘଟିଥିବା ଏହି ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟିଛି । ଏବେ ଦୁଇ ପ୍ରେମୀ ଯୁଗଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବାକୁ ପ୍ରସ୍ତୁତ ହେଉଛି ।