କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ କଳାପତାକା ପ୍ରଦର୍ଶନ : ନେହୁରଙ୍କ ଶିକ୍ଷାନୀତିକୁ ସମାଲୋଚନା କରିଥିଲେ ଗିରିରାଜ

24

କନକ ବ୍ୟୁରୋ : କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଗିରିରାଜ ସିଂଙ୍କୁ କଳାପତାକା ପ୍ରଦର୍ଶନ । କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ଇନଫୋସିଟି ଅଂଚଳର ସିଟିଟିସିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟୁଲ୍ ରୁମରୁ ବାହାରିବା ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା ।

ନେହୁରଙ୍କ ଶିକ୍ଷାନୀତିକୁ ସମାଲୋଚନା କରିଥିଲେ ଗିରିରାଜ । ନେହେରୁଙ୍କର ସବୁ ଦୋଷ କହିବା ପ୍ରତିବାଦରେ କଳାପତାକା ଦେଖାଇଥିବା ସୂଚନା ମିଳିଛି । ଗତକାଲି ଗିରିରାଜ ସ୍କିଲ ଇଣ୍ଡିଆର କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶର ଭୁଲ ଶିକ୍ଷା ନୀତି ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ଦାୟୀ କରିଥିଲେ ।