ରାସ୍ତା ଉପରେ ରଙ୍ଗିଲା ମାଷ୍ଟର୍ ! ରାଜଧାନୀରେ କମେଂଟର ସାଇଡ୍ ଇଫେକ୍ଟ୍

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କମେଂଟ୍ ମାରିଲେ ଆଉ ନିସ୍ତାର ନାହିଁ । ଏହାର ପ୍ରମାଣ ଦେଖିବାକୁ ମିଳିଛି ବାଣୀବିହାର କ୍ୟାଂପସରେ । ଛାତ୍ରୀଙ୍କୁ ଜଣେ ଟ୍ୟୁସନ ଶିକ୍ଷକ କମେଂଟ ମାରିବା ପରେ ଛାତ୍ରୀମାନେ ତାଙ୍କୁ ମାଡମାରିବା ସହ ପୁଲିସକୁ ଦେଇଥିଲେ । ନିଶାରେ ଚୁର ଥିବା ଶିକ୍ଷକ ଜଣକ ଏଭଳି ଅଶୋଭନୀୟ କାଣ୍ଡ କରିଥିବା ସ୍ୱୀକାର କରିଛନ୍ତି।

ମାଡ ଖାଉଥିବା ଲୋକ ଜଣକ ହେଉଛନ୍ତି ଜଣେ ୪୭ ବର୍ଷୀୟ ଟ୍ୟୁସନ ଶିକ୍ଷକ ବିନୋଦ ସାହୁ । ରବିବାର ଅପରାହ୍ନରେ ୟୁନିଭର୍ସିଟି କ୍ୟାଂପସ ଦେଇ ବିନୋଦ ଯାଉଥିବା ବେଳେ ଜଣେ ଛାତ୍ରୀଙ୍କୁ କମେଂଟ ମାରିଥିଲେ ଏବଂ ପରେ ଅଶୋଭନୀୟ ଆଚରଣ ବି କରିଥିଲେ । ଏହି ଖବର ଯୁବତୀ ଜଣକ ସାଙ୍ଗମାନଙ୍କୁ ଜଣାଇବା ପରେ ବିନୋଦକୁ ଠାବ କରିଥିଲେ ସେମାନେ । ଆଉ ତାଙ୍କୁ ନିସ୍ତୁକ ଛେଚିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ବିନୋଦଙ୍କୁ ଗିରଫ କରିଥିଲା। ପିଲାଙ୍କ ଚରିତ୍ର ଗଠନ କରୁଥିବା ସାରଙ୍କ ଚରିତ୍ର ସ୍ଖଳନ । ନିଜେ ବିନୋଦ କହିଛନ୍ତି ମଦ ନିଶାରେ ଭୁଲ କରିଛି ।