ଅତିଥି ବେଶରେ ଆସିଲେ ଚୋର ! ଭୋଜି ଖାଇଲେ, ଲଫାପା ଲୁଟିଲେ । ହେଲେ ସିସିଟିଭି ନଜରରୁ ବଞ୍ଚି ପାରିଲେନି ।

40

କନକ ବ୍ୟୁରୋ : ଅତିଥି ହୋଇ ବିବାହ ଉତ୍ସବକୁ ଆସିଥିଲେ । ଭୋଜି ଭାତ ଖାଇଲା ପରେ କନ୍ୟାଙ୍କୁ ଆର୍ଶୀବାଦ ଦେବା ବଦଳରେ ହାତ ସଫେଇ ଲାଗିଥିଲେ ଯୁବକ । ହୋଟେଲରେ ବେଶ୍ ଧୁମଧାମରେ ବିବାହ ଉତ୍ସବ ଚାଲିଥିବା ବେଳେ ଜଣେ ଯୁବକ ବେଶ୍ ନାଟକୀୟ ଢଙ୍ଗରେ କନ୍ୟାଙ୍କ ଉପହାର ଲଫାପା ଲୁଟି ନେବା ପାଇଁ ଉଦ୍ୟମ କରିଥିଲେ । ପ୍ରଥମେ ବେଶ ଚତୁରତା ସହ ଉପହାର ଲଫାପାଗୁଡିକୁ ସଂଗ୍ରହ କରିଥିଲେ ଏବଂ ପରେ ପ୍ରାୟ ୨୦ଟି ଲଫାପା ଧରି ଚମ୍ପଟ ମାରୁଥିଲା । ଏହି ସମୟରେ ଝିଅ ପକ୍ଷର ଜଣେ ବ୍ୟକ୍ତି ଏହି ଯୁବକ ଉପରେ ନଜର ରଖିଥିଲେ ଏବଂ ତାକୁ ଧରିବାକୁ ଉଦ୍ୟମ କରିଥିଲେ ।

ସେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଉପସ୍ଥିତ ଥିବା ଲୋକ ଓ ହୋଟେଲ କର୍ମଚାରୀ ତାଙ୍କୁ ଧରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଗିରଫ କରିଥିଲା । ସେ ଜିଜିପି କଲୋନୀର ପ୍ରଭାତ ଚୌଧୁରୀ ବୋଲି ଜଣାପଡିଛି । ତାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।