ଭୋଟ୍ ପାଇଁ କଳାସିନ୍ଦୁର ! ପଂଚାୟତ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରସାଧନ ସାମଗ୍ରୀ ବାଂଟୁଛନ୍ତି ପ୍ରାର୍ଥୀ

45

କନକ ବ୍ୟୁରୋ : ଭୋଟ୍ ପାଇଁ ଚାଲିଛି ଭୋଟର୍ ଖୋଜା । ଆଉ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ତିଆରି ଚାଲିଛି ପ୍ଲାନ୍ । ମାନେ କେମିତି ଭୋଟ୍ ହାତେଇହେବ ସେନେଇ ନୂଆ ନୂଆ ରଣନୀତି କରୁଛନ୍ତି ଆଶାୟୀ ପ୍ରାର୍ଥୀ ।

ମିଠା ପ୍ୟାକେଟରେ ଦେଉଛନ୍ତି ମହିଳାଙ୍କ ପ୍ରସାଧନ ସାମଗ୍ରୀ । ତେଲ, ସାବୁନ୍, କ୍ରିମ୍ ସାଙ୍ଗକୁ କଳା ଓ ସିନ୍ଦୁର । ଟଙ୍କା ବାଂଟିଲେ ଧରା ପଡିବାର ଭୟ ରହିଛି । ସେଥିପାଇଁ ପ୍ରାର୍ଥୀଙ୍କ ଏହା ମାଷ୍ଟର ପ୍ଲାନ୍ ।

ଭୋଟ୍ ପୂର୍ବରୁ ଭୋଟରଙ୍କ ପାଇଁ ପ୍ରାଇଜ୍ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରୁ ଏହି ସବୁ ସାମଗ୍ରୀ ପୁଲିସ ହାତରେ ଲାଗିବା ପରେ ଆରମ୍ଭ ହୋଇଛି ରାଜନୈତିକ ଦୋଷାରୋପ । ତେବେ ମିଠା ପ୍ୟାକେଟକୁ ମହିଳାଙ୍କ ଏସାମଗ୍ରୀ ଆସିଲା କେଉଁଠୁ , ତାହା ଏବେବି ଅସ୍ପଷ୍ଟ ।

ସେହିପରି ଭୋଟ୍ ପୂର୍ବରୁ ଚାଲିଛି ଭତା ବଂଟା । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯାହାକୁ ମିଳୁନଥିଲା ତାକୁ ମିଳୁଛି । ଆଉ ସବୁ ବେସରକାରୀ ଭାବେ । ଜଣକ ପିଛା ୩ ଶହ ଟଙ୍କା । ଭୋଟ୍ ହାତେଇବାକୁ ବୁଢାବୁଢିଙ୍କ ସାହାରା ନେଇଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ୍ ନାନ୍ଦୋଲ ପଂଚାୟତର ଆଶାୟୀ ପ୍ରାର୍ଥୀ ।

ପଂଚାୟତ ଦଖଲ କରିବାକୁ କାହାର କେମିତି ଫର୍ମୁଲା । କିଏ ବାଂଟୁଛି ମହିଳାଙ୍କ ପ୍ରସାଧନ ସାମଗ୍ରୀ ତ ଆଉ କିଏ ମିଛ ଭତା ।