ପୁଣି ତେଜିଲା ରସଗୋଲା ବିବାଦ ! ପଶ୍ଚିମବଙ୍ଗକୁ ନୋଟିସ୍ ଜାରି କଲା ଜିଆଇ ଅଫିସ୍

81

କନକ ବ୍ୟୁରୋ : ତେଜିଲା ରସଗୋଲା ବିବାଦ । ପଶ୍ଚିମବଙ୍ଗକୁ ନୋଟିସ୍ ଜାରି କଲା ଜିଆଇ ଅଫିସ୍ । ବହୁଦିନ ଧରି ଠେଲା ପେଲା ଲାଗିବା ପରେ ଶେଷରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଥିଲା ରସଗୋଲାର ଜିଆଇ ମାନ୍ୟତା । ଏବେ ଚାରି ମାସ ପରେ ସେହି ମାନ୍ୟତାକୁ ନେଇ ବିବାଦ ଉପୁଜିଛି । ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଜିଆଇ ଅଫିସ୍ । ପଶ୍ଚିମବଙ୍ଗ ରସଗୋଲାର ଜିଆଇ ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରାନଯିବ ସେ ନେଇ ନୋଟିସ୍ ଜାରି କରିଛି ଜିଆଇ ଅଫିସ୍ ।

ପଶ୍ଚିମବଙ୍ଗ ସରକାର ଭୁଲ୍ ତଥ୍ୟ ଉପସ୍ଥାପନ କରି ଚେନ୍ନାଇରେ ଥିବା ଇଣ୍ଡିଆନ୍ ପ୍ୟାଟେଂଟ ଅଫିସରୁ ବାଲାଂର ରସଗୋଲା ନାଁରେ ଜିଆଇ ମାନ୍ୟତା ହାସଲ କରିଛି ବୋଲି ଅଭିଯୋଗ ପାଇବା ପରେ ଏହି ନୋଟିସ୍ ଜାରି କରିଛି ଜିଆଇ ଅଫିସ୍ । ଏହା ସହିତ ଓଡିଶାକୁ ମଧ୍ୟ ପକ୍ଷ ରଖିବାକୁ ସୁଯୋଗ ମିଳି ନଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଗ୍ରହଣ କରି ଉତର ରଖିବାକୁ ପଶ୍ଚିମବଙ୍ଗ ସରକାରକୁ ୨ମାସ ସମୟ ଦେଇଛି ଜିଆଇ କାର୍ଯ୍ୟାଳୟ । ୮୦୦ ବର୍ଷ ତଳୁ ରସଗୋଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଭୋଗ ହୋଇ ଆସୁଛି ବୋଲି ଓଡିଶା ପକ୍ଷରୁ ଦାବି କରାଯାଉଛି ।

ପଶ୍ଚିମବଙ୍ଗ ସରକାର ଭୁଲ୍ ତଥ୍ୟ ଉପସ୍ଥାପନ କରି ଚେନ୍ନାଇରେ ଥିବା ଇଣ୍ଡିଆନ୍ ପ୍ୟାଟେଣ୍ଟ୍ ଅଫିସ୍ରୁ ‘ବାଂଲାର ରସଗୋଲା’ ନାଁରେ ଜିଆ.ଇ ମାନ୍ୟତା ହାସଲ କରିଛନ୍ତି ବୋଲି ଜାଣିବାକୁ ମିଳିଛି । ଅନ୍ୟପକ୍ଷରେ ଓଡ଼ିଶାକୁ ନିଜ ପକ୍ଷ ରଖିବାକୁ ସୁଯୋଗ ମିଳି ନ ଥିଲା ବୋଲି ଅଭିଯୋଗ ହୋଇଛି । ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ବିରୋଧରେ ରିଜିଓନାଲ୍ ଡେଭ୍ଲପ୍ମେଣ୍ଟ୍ ଟ୍ରଷ୍ଟ୍ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏକ ମାସ ତଳେ ଚେନ୍ନାଇସ୍ଥିତ ଜିଆଇ ଅଫିସ୍ରେ ‘ଅବ୍ଜେକ୍ସନ୍ ପିଟିସନ୍’ ଦାଖଲ କରି ଏହି ପ୍ରଶ୍ନ ଉଠାଇଥିଲେ । ତେବେ, ଏହି ପ୍ରଶ୍ନର ଉତ୍ତର ଦେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ୨ ମାସ ସମୟ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନୈବେଦ୍ୟ ଭାବେ ୮ ଶହ ବର୍ଷ ତଳୁ ରସଗୋଲା ଭୋଗ ହେଉଅଛି । ଭକ୍ତ କବି ବଳରାମ ଦାସ ଦାଣ୍ଡି ରାମାୟଣରେ ୫୦୦ ବର୍ଷ ତଳୁ ରସଗୋଲା ସଂପର୍କରେ ବର୍ଣ୍ଣନା କରି ଯାଇଛନ୍ତି । ମାତ୍ର ୧୫୦ ବର୍ଷ ତଳେ ପଶ୍ଚିମବଙ୍ଗ ଲୋକେ ରସଗୋଲା ପ୍ରସ୍ତୁତ ପ୍ରକ୍ରିୟା ଶିଖି ଏହାକୁ ନିଜ ବୋଲି ଦାବି କରୁଛନ୍ତି ।